Yearly Horoscope


Mesha
ମେଷ
Brusha
ବୃଷ
Mithuna
ମିଥୁନ
Karkata
କର୍କଟ
Singha
ସିଂହ
Kanya
କନ୍ୟା
Tula
ତୁଳା
Bichha
ବିଛା
Dhanu
ଧନୁ
Makara
ମକର
Kumbha
କୁମ୍ଭ
Mina
ମୀନ


Yearly Horoscope Mesha

ମେଷ ରାଶି

Meshaବର୍ଷାରମ୍ଭରେ  ରବି, ବୁଧ ନବମ ଭାବରେ । ଚନ୍ଦ୍ର ଦଶମ ରାହୁ ପଞ୍ଚମରୁ ସେପ୍ଟେମ୍ବର ଠାରୁ  ଚତୁର୍ଥ ଭାବରେ । ଶୁକ୍ର,ମଙ୍ଗଳ ଓ କେତୁ ଏକାଦଶ ଭାବରେ। କେତୁ ଏକାଦଶରୁ ସେପ୍ଟେମ୍ବର ଠାରୁ  ଦଶମ ଭାବରେ। ଗୁରୁ ଷଷ୍ଠ ରୁ ସେପ୍ଟେମ୍ବର ଠାରୁ ସପ୍ତମ ଭାବରେ। ଶନି ଅଷ୍ଟମ ରୁ ଜାନୁୟାରୀ ଠାରୁ ନବମ  ଭାବରେ ଅବସ୍ଥାନ କରିବେ । ­­­­


 

ବାର୍ଷିକ ରାଶିଫଳ ମେଷ ୨୦୧୭

ଦୈନିକ   ସାପ୍ତାହିକ   ମାସିକ   ବାର୍ଷିକ

ବାର୍ଷିକ ଶୁଭାଶୁଭ ଫଳ: ଗୁରୁ, ଶନି, ରାହୁ ଗ୍ରହଙ୍କ ଗୋଚର ସ୍ଥିତ୍ୟାନୁଯାଇ ଅଶୁଭପ୍ରଦ ହେବ। ବାକି ସ୍ଵଳ୍ପକାଳିନ ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାଦି ଯୋଗ କରି ବିଚାର କଲେ- ସେପ୍ଟେମ୍ବର ଯାଏଁ ଅଧିକ ଅଶୁଭ ଫଳ ଭୋଗ ହୋଇ ସେହିଠାରୁ କ୍ରମଶଃ ଅଶୁଭ ଫଳର ପ୍ରଭାବ ବର୍ଷ ଶେଷ ଯାଏଁ କମିବ। ଇଂରାଜୀ ବର୍ଷଟିର ମୋଟାମୋଟୀ ଫଳ ଶୁଭାଶୁଭ ମିଶ୍ରିତଭାବେ ଭୋଗହେବ। ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି, ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ, ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହେତୁ ନିନ୍ଦା ଶୁଣିବେ।  ବୈଷୟିକ କ୍ଷେତ୍ରରେ ସମାଲୋଚନା କୁତ୍ସାହରଟନା ଫଳରେ ଲୋକହସା ହେବେ। ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଦେହମନରେ ପୀଡା ବୃଦ୍ଧି, ଆତ୍ମୀୟ- ସ୍ଵଜନଙ୍କ ପାଇଁ ଶୋକ, ଚୋର ଠକଭୟ, ଭୋଗ ବିଳାସହାନି, ଆର୍ଥିକ ଦୁର୍ଗତି ଓ ଶଙ୍କଟ ବୃଦ୍ଧି ହେବ। ଶାନ୍ତଶିଷ୍ଟ, ସାଧୁ, ସତ୍ୟବାଦୀ, ଶାସ୍ତ୍ରପୁରାଣପ୍ରିୟ, ଧର୍ମାତ୍ମା, ଗୁରୁବ୍ରାହ୍ମଣ ଭକ୍ତ, ପରିଜନ ଓ ସାଧୁଜନପ୍ରିୟ, ନିଜ ସ୍ଵାର୍ଥରକ୍ଷକ, ସରଳ ହୃଦୟ, ବୁଦ୍ଧିମାନ, ଧୈର୍ଯ୍ୟ, ଠିକିଲେ ଶିଖିବା ସ୍ଵଭାବ  ପ୍ରକାଶ ପାଇବ। ପରର ଅନିଷ୍ଟ ଚିନ୍ତା କରିବେ  ନାହିଁ ଏବଂ ନ୍ୟାୟ ବାଟରେ ଚାଲିଲେ କ୍ରମଶଃ ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି  ଓ ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ। କର୍ମ ବ୍ୟବସାୟରେ ସ୍ଵାର୍ଥପରତା ଓ  ଆଳସ୍ୟଭାବ ଯୋଗେ କଳଙ୍କିତ ହେବେ। ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପରଧନ ଭୋଗ କରିବାର ଲାଳସା ଓ ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ।

ମହିଳାମାନଙ୍କ ପାଇଁ: ଗୃହିଣୀମାନଙ୍କ ପାଇଁ ବର୍ଷଟି  ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ । କର୍ମଜୀବୀମାନଙ୍କର କର୍ମକ୍ଷେତ୍ରଟି ହାତଛଡା ହେବାର ନାହିଁ। ସଚ୍ଚରିତ୍ର, ସୁଗୃହିଣୀ, ବିନୀତା, ଓଜସ୍ଵିନୀ ଭାଷିକା, ସନ୍ତାନବତ୍ସଳା, ସ୍ନେହ ମମତାପୂର୍ଣ।, ପତୀବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ ହେବେ। ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। କୁମାରୀ ଓ ଯୁବତୀମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶି ସୁଯୋଗ  ହରାଇ ହଇରାଣ ହେବେ। ପଶୁ ସମ୍ପଦ, ଧନ ସମ୍ପତିରେ ଘର ହସି ଉଠିବ। ଶିକ୍ଷୟତ୍ରୀ, ସିଲାଇକାରିଣୀ, ଲେଖିକା ବା ଚାକିରିରେ ଉତ୍ତମ ରୋଜଗାର କରିପାରିବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ।

ସ୍ଵାସ୍ଥ୍ୟ:  ଶର୍ଦ୍ଦି- ଶ୍ଲେଷ୍ମା ପ୍ରକୋପର କବଳିତ ହୋଇ ହନ୍ତସନ୍ତ ହେବା ମଧ୍ୟରେ ମାନସିକ ଅସୁସ୍ଥି ବଢିଯିବ। ପୁରୁଣା ରୋଗର ପୀଡା ବୃଦ୍ଧି ପାଇବ। ଏପରିକି ଶଜ୍ୟାଶାୟୀ ହେବାର ଆଶା କରାଯାଇ ପାରେ । ଦେହ ସୁଦୃଢ ଥିବାରୁ ସହଜରେ ରୋଗରେ ପଡିବା ସମ୍ଭବ ନୁହେଁ। ଅଯଥା ମନ ବ୍ୟାଧିରେ ଆଖିରୋଗ ସହିତ ଟାଇଫଏଡ, ଯକ୍ଷ୍ମା, ଜଣ୍ଡିସ, ଆମାଶୟ, ଅମ୍ଳ, ଅଜୀର୍ଣ୍ଣ  ପ୍ରଭୃତି ରୋଗ ଦେଖା ଦେଇପାରେ। ମାଛ, ଛେନା, ପାଳଙ୍ଗ, ବାଦାମ, ଦହି ଓ ଲେମ୍ବୁ ସରବତ ପ୍ରଭୃତି ଖାଇବା ହିତକର।

ଛାତ୍ରଛାତ୍ରୀମାନଙ୍କ ପାଇଁ: ଶିକ୍ଷାର୍ଥୀମାନେ  ଅଧ୍ୟବସାୟର ଉତ୍ତମ ଫଳ ଆସ୍ଵାଦନ ନିମନ୍ତେ ଉଚ୍ଚଶିକ୍ଷା ଯୋଜନା ଚିଠା ପ୍ରସ୍ତୁତ କରିବେ। ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ଫଳରେ ଶିକ୍ଷାରେ ଦ୍ରୁତ ଗତି ଅତିଷ୍ଠକର ହେବ। ବିଦ୍ୟାଦତା ଯନ୍ତ୍ର ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ।

ପାରିବାରିକ: ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଅଳ୍ପ ବହୁତ ଲାଗି ରହିବ। ପରସ୍ପର ପ୍ରତି ବିଶ୍ଵାସ ଭରସା ନିଷ୍ଠା ଜନିତ ଯେଉଁ ଆନ୍ତିରକତା  ବୁଝାମଣା ଆତ୍ମିକ ବନ୍ଧନକୁ ସୁଦୃଢ କରି ରଖିବ। ଯାହାର ପ୍ରଭାବରେ ପ୍ରତିକୂଳ ସ୍ରୋତକୁ ଆତିକ୍ରମ କରିହେବ। ସିଧା ଓ ଟାଣୁଆ ଶକ୍ତି ଆର୍ଥିକ ସ୍ଥିତିକୁ ସୁଦୃଢକରି ସ୍ଥିର ହିସାବରେ ଚଳିବାରେ ପ୍ରେରଣା ପ୍ରଦାନ କରିବ। କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ଠୁଳ ହେବ। ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ  ନାହିଁ। ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା, ଆଇନଜ୍ଞ, ବୈଜ୍ଞ।ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁଦେବତାରେ  ଭକ୍ତି ଭଳି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ।

ବ୍ୟବସାୟ ଓ ଚାକିରି: ବ୍ୟବସାୟୀମାନଙ୍କ ପାଇଁ ଯୋଗପ୍ରଦ ସମୟ। କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ। ଶ୍ରମିକ ଓ କର୍ମଚାରୀମାନେ ଆରମ୍ଭରୁ ଖାମଖିଆଲ କରି ପତନ ଅଭିମୁଖୀ ହୋଇ ପାରନ୍ତି। ସ୍ଥଳ ବିଶେଷରେ ବିଦ୍ରୋହ ବା ଅଶାନ୍ତିର ମୁହାଁମୂହିଁ ହୋଇ ଧନମାନ ଦିଗରୁ ସୁରକ୍ଷିତ ରହିବେ। ବିଶେଷ ଧୈର୍ଯ୍ୟଧାରୀ ଓ ପରିଶ୍ରମୀ ନ ହେଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ। କର୍ମକ୍ଷେତ୍ରରେ  ବିବାଦୀୟ ସ୍ଥିତି ଓ ଶତ୍ରୁଙ୍କ ସହିତ ପ୍ରତି ନିୟତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ମାଲିମୋକଦ୍ଦମାରେ କଚ୍ଛପ ଗତି ଓ ରାଜନୀତିରେ ଶତ୍ରୁ ବା ବିରୋଧୀମାନେ ଭୂମିଗତ କଲା ଭଳି ସମୟ। ଏପରିକି ଭାବମୂର୍ତ୍ତି ଅମଳିନ ରହିବ। କୃଷି ଜୀବୀମାନେ ସତ୍ୟ ଧର୍ମ ଉପରେ ଆସ୍ତାଛାଡି ଦେଇ କାଳାତିପାତ କରିବେ। ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ଯଥାର୍ଥ କର୍ମ ଯୋଗୀ, ଉତ୍ସାହୀ, ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ଭାବେ କ୍ଷାତି ଅର୍ଜନ କରିବେ।

ପ୍ରତିକାର: ରାହୁ, କେତୁ,ଶନି ଓ ଗୁରୁଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।