ରାଶି ଅନୁସାରେ ରଙ୍ଗର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁସାରେ ରଙ୍ଗର ପ୍ରଭାବ

 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
ରାଶି ଅନୁସାରେ ରଙ୍ଗର ପ୍ରଭାବ

ଫାଲଗୁନ ମାସ,ଶୁକ୍ଳପକ୍ଷ ଦଶମିଠାରୁ ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଋତୁ ପରିବର୍ତ୍ତନର ପ୍ରଭାବ ରୁହେ। ଶିଶିର ଋତୁ ଓ ବସନ୍ତ ଋତୁର ମଧ୍ୟାନ୍ନ ସମୟ ହୋଇଥିବାରୁ ଋତୁ ଜନିତ ରୋଗ ଶରୀରରେ ସୃଷ୍ଟିହୋଇଥାଏ। ଫାଲଗୁନ ପୂର୍ଣ୍ଣିମା ମାସଶେଷ ଦିବସ ଚୈତ୍ର ପ୍ରତିପଦ ମାସର ପ୍ରାରମ୍ଭ ଦିବସ ହୋଇଥିବାରୁ ଏହି ଦୁଇ ଦିନରେ ରଙ୍ଗ ଚିକିଶ୍ଚା ଦ୍ୱାରା ରୋଗ ପ୍ରତିଶେଧକ ଜୀବାଣୁ ସୃଷ୍ଟିହୋଇ ଋତୁ ଜନିତ ରୋଗରୁ ମୁକ୍ତି ମିଳିଥାଏ। ବିଶେଷ କରି ଏହି ସମୟରେ ଫ୍ୟାଲେରିଆ ଟେଣ୍ଡେନ୍ସି ବା ଥଣ୍ଡା, କଫ, କାଶ, ଜ୍ଵର, ମେଲେରିଆ, ଟାଇଫଏଡ୍, ନିମୋନିଆ, ପେଟଗରମ ବା ଗ୍ୟାଷ୍ଟିକ, କଲିକ୍, ଅଲଶର, କ୍ୟାନ୍ସର, ବସନ୍ତ, ହାଡଫୁଟି, ମିଳିମିଳା, ମୁଣ୍ଡବିନ୍ଧା ଆଦି ରୋଗର ପ୍ରକୋପ ବୃଦ୍ଧି ହୋଇଥାଏ। ତେଣୁ ଏହି ଦଶଦିନ ରାଶି ଅନୁସାରେ ରଙ୍ଗ ନିର୍ଦ୍ଧାରଣ କରି ଯଦି ଖେଳନ୍ତି, ନାଚନ୍ତି, ଗାଆନ୍ତି ତେବେ ଶରୀରରେ ରୋଗ ଜୀବାଣୁ ନଷ୍ଟ ହୋଇ ଶରୀର ନିଶ୍ଚୟ ସୁସ୍ଥ ରହିବ। ବିଶେଷ କରି ଫାଲଗୁନ ଶୁକ୍ଳପୂର୍ଣ୍ଣିମା ଓ ଚୈତ୍ର କୃଷ୍ଣ ପ୍ରତିପଦ ଦିନରେ ହୋଲିଖେଳ ଶରୀର ପାଇଁ ପ୍ରବଳ ମାତ୍ରାରେ ଉପକାରୀ ହେବ। ଆହୁରି ମଧ୍ୟ ଫାଲଗୁନ ପୂର୍ଣ୍ଣିମା ଦିନ ସନ୍ଧ୍ୟା ୭ ଘଣ୍ଟା ଠାରୁ ରାତି ୧୧ ଘଣ୍ଟା ପର୍ଯ୍ୟନ୍ତ ଖୋଲା ଜାଗାରେ ସାଙ୍ଗ ସାଥିଙ୍କ ଗହଣରେ ଚନ୍ଦ୍ରଙ୍କ ଶୀତଳ କିରଣକୁ ଉପଭୋଗ କଲେ ଓ ଚନ୍ଦ୍ରଙ୍କୁ କିଛି ସମୟ ପାଇଁ ଚାହିଁ ରହିଲେ ଚକ୍ଷୁର ସମସ୍ତ ପ୍ରକାର ରୋଗର ବିନାଶ ହୋଇ ଥଣ୍ଡା କଫ ଜନିତ ରୋଗ ଦୂର ହେଇଯିବ। ସବୁଦିନ ବ୍ୟବହାରିକରଙ୍ଗ ଉପରେ ଗୁରୁତ୍ଵ ଦେଇ ବସ୍ତ୍ର, ଗାଡି, ଗୃହରେରଙ୍ଗକୁ ବ୍ୟବହାର କଲେ କର୍ମ ବା ଭାଗ୍ୟକୁ ପରିବର୍ତ୍ତନ କରିପାରିବେ।

କେଉଁ ରାଶି ପାଇଁ କେଉଁ ରଙ୍ଗ ଉପକାରୀ ତାହା ମଧ୍ୟ ଭଲଭାବରେ ଜାଣନ୍ତୁ।

  • ମେଷ ଓ ବିଛା ରାଶିର ଅଧିପତି ମଙ୍ଗଳ। ମଙ୍ଗଳଙ୍କ ବିରୁଧ ରଙ୍ଗ ସବୁଜ। ତେଣୁ ସବୁଜ ରଙ୍ଗକୁ ବାଦଦେଇ ମେଷରାଶିର ବ୍ୟକ୍ତିମାନେ ସମସ୍ତ ପ୍ରକାର ରଙ୍ଗରେ ହୋଲି ଖେଳିଲେ ସୁଖ ସୌଭାଗ୍ୟ ପ୍ରାପ୍ତି ହେବ।
  • ବୃଷ ଓ ତୁଳା ରାଶିର ଅଧିପତି ଶୁକ୍ର। ଶୁକ୍ରଙ୍କର ବିରୁଦ୍ଧ ରଙ୍ଗ ନାଲି ଓ କମଳା ହୋଇଥିବାରୁ ଏହି ରଙ୍ଗଠାରୁ ଦୂରେଇ ରୁହନ୍ତୁ।
  • ମିଥୁନ ଓ କନ୍ୟା ରାଶିର ଅଧିପତି ବୁଧ। ବୁଧଙ୍କର ବିରୁଦ୍ଧ ରଙ୍ଗ ହଳଦିଆ ହୋଇଥିବାରୁ ଏହି ରଙ୍ଗଠାରୁ ଦୂରେଇ ରୁହନ୍ତୁ।
  • କର୍କଟ ରାଶିର ଅଧିପତି ଚନ୍ଦ୍ର। ଚନ୍ଦ୍ରଙ୍କର ବିରୁଦ୍ଧ ରଙ୍ଗ କିଛି ନଥିବାରୁ ସବୁ ରଙ୍ଗରେ ଖେଳିପାରିବେ ଓ ବ୍ୟବହାର କରିପାରିବେ।
  • ସିଂହ ରାଶିର ଅଧିପତି ରବି। ରବିଙ୍କର ବିରୁଦ୍ଧ ରଙ୍ଗ କଳା, ନୀଳ, ଆକାଶି, ବାଇଗଣି, ସିଲଭର୍ ହୋଇଥିବାରୁ ଏହି ରଙ୍ଗଠାରୁ ଦୂରେଇ ରୁହନ୍ତୁ।
  • ଧନୁ ଓ ମୀନ ରାଶିର ଅଧିପତି ଗୁରୁ। ଗୁରୁଙ୍କର ବିରୁଦ୍ଧ ରଙ୍ଗ ସବୁଜ ଓ ସିଲଭର୍ ହୋଇଥିବାରୁ ଏହି ରଙ୍ଗଠାରୁ ଦୂରେଇ ରୁହନ୍ତୁ।
  • ମକର ଓ କୁମ୍ଭ ରାଶିର ଅଧିପତି ଶନି। ଶନିଙ୍କର ବିରୁଦ୍ଧ ରଙ୍ଗ ନାଲି ଓ କମଳା ହୋଇଥିବାରୁ ଏହି ରଙ୍ଗଠାରୁ ଦୂରେଇ ରୁହନ୍ତୁ।

ଜଗତ୍ ଜନନୀ ମା” ମଙ୍ଗଳା ଜଗତର ମଙ୍ଗଳ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!