କାଳସର୍ପ ଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାଳସର୍ପ ଯୋଗ

 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
କାଳସର୍ପ ଯୋଗ

କାଳସର୍ପ ଯୋଗ ଏକ ଭୟାନକ ପୀଡା ଦାୟକ ଯୋଗ, ଯାହା ବ୍ୟକ୍ତିର ଜୀବନକୁ ଅତ୍ୟନ୍ତ ଦୁଃଖପୂର୍ଣ୍ଣ କରିଥାଏ। ଏହିଯୋଗ ବ୍ୟକ୍ତିର ଜୀବନରେ ଏକ ମହତ୍ଵପୂର୍ଣ୍ଣ ବସ୍ତୁର ଅଭାବ ରଖିଥାଏ। କାଳର ଅନ୍ୟ ନାମ ସମୟ ଓ ସର୍ପର ଅର୍ଥ ବିଷ ଓ ମୃତ୍ୟୁ ବା ସମୟର ଅପମୃତ୍ୟୁ, ରାହୁ ଓ କେତୁଙ୍କ ଗୋଟିଏ ପାର୍ଶ୍ଵରେ ଜାତକରେ ସମସ୍ତ ଗ୍ରହ ରହିଲେ କାଳସର୍ପ ଯୋଗ ସୃଷ୍ଟି ହେବ। ଏହି ଯୋଗର ଅଶୁଭ ପ୍ରଭାବରେ ବ୍ୟକ୍ତିର ଜୀବନ ସଙ୍ଘର୍ଷମୟ ହୁଏ। ପ୍ରାଣପ୍ରଣେ ଆଗେଇ ଚାଲିଥିବା କାର୍ଯ୍ୟ ସହ ଜୀବନର ଉନ୍ନତିପଥ ଅବରୁଦ୍ଧ ହୁଏ। କାଳସର୍ପର ମୁହଁ ରାହୁ ଓ ଲାଞ୍ଜ କେତୁ ଭାଗ୍ୟୋଦୟ କ୍ଷେତ୍ରରେ ବାଧା ଘଟାଏ ।

ଜ୍ୟୋତିଷ ମାନଙ୍କର ପ୍ରଦ ଚେରମୂଳି, ରତ୍ନମୁଦି, କବଚ ଓ ଗ୍ରହପୀଡା ଦ୍ରବ୍ୟ ବା ନବଗ୍ରହ ଶାନ୍ତି ପୂଜାମାନ କାଳସର୍ପ ଯୋଗ ଶାନ୍ତି ବିଧାନ କ୍ଷେତ୍ରରେ ବ୍ୟର୍ଥ ହୋଇଥାଏ। ତେଣୁ କାଳସର୍ପ ଯୋଗ ସମ୍ବନ୍ଧରେ ଜ୍ଞାନ ନଥିବା ଜ୍ୟୋତିଷ ବା ବାବାମାନଙ୍କ କଥାରେ ପ୍ରତାରିତ ନହୋଇ ନିଜର ଭାଗ୍ୟୋଦୟ ପାଇଁ କାଳସର୍ପ ଯୋଗ ଶାନ୍ତିର ବିହିତ ପ୍ରତିକାର କରିବା ଉଚିତ୍। କେବଳ ଯନ୍ତ୍ରଦ୍ଵାରା ଓ ଯୋଗଦ୍ଵାରା ଅଶୁଭତ୍ଵକୁ ଖଣ୍ଡନ କରିହେବ। କେଉଁ ରାଶିରେ, କେଉଁ ଭାବରେ, କେଉଁ ଗ୍ରହସହ ରହିଲେ,ରାହୁ କେତୁ କିପ୍ରକାର ଫଳ ଦେଇଥାନ୍ତି ସେବିଷୟରେ ନିମ୍ନରେ ଆଲୋଚନା କରୁଛି।

ବିଭିନ୍ନ ରାଶିରେ ରାହୁର ଫଳାଫଳ

ମେଷରାଶିରେ ରାହୁଥିଲେ: ପରାକ୍ରମହୀନ, ଆଳସ୍ୟପରାୟଣ, ଅବିବେକୀ, ଅତ୍ୟାଚାରୀ, ଶିରପୀଡାଯୁକ୍ତ, କାମାଗ୍ନି ପୀଡିତ, ବିବାଦରେ ବିଜୟୀ ଓ ଦୀର୍ଘ ରୋଗୀ।

ବୃଷରାଶିରେ ରାହୁଥିଲେ: ସୁଖୀ, ଚଞ୍ଚଳ, କପଟ ସୁରବୀର, ବାଚାଳ, ଧନନାଶକ, ଦରିଦ୍ର, ମିତ୍ରଙ୍କ କଥାକୁ ଅମାନ୍ୟ କରିବା।

ମିଥୁନ ରାଶିରେ ରାହୁଥିଲେ: ଯୋଗଭ୍ୟାସୀ, ଗାୟକ, ବଳବାନ, ଦୀର୍ଘାୟୁ, ବହୁବଳୀ, ପ୍ରତାପୀ, ବିଶ୍ଵବନ୍ଧୁ, ବୁଦ୍ଧି ଚାତୁର୍ଯ୍ୟଯୁକ୍ତ ଓ ବିବେକୀ।

କର୍କଟ ରାଶିରେ ରାହୁଥିଲେ:  ଉଦାର ରୋଗୀ, ଧନହୀନ, କପଟୀ, ପରାଜିତ, ମିତ୍ରଙ୍କ ପାଇଁ ସୁଖୀ, ସ୍ତ୍ରୀପ୍ରାପ୍ତି, ମାତା ପିତା କ୍ଲେଶ, ଶୀତ-ବାତ-ବିକାର।

ସିଂହ ରାଶିରେ ରାହୁଥିଲେ: ଚତୁର, ନୀତିଜ୍ଞ, ସତପୁରୁଷ, ବିଚାରକ, ଅଧିକ ସନ୍ତାନ ଚିନ୍ତା, ରାଜଦଣ୍ଡ ଭୟ, ଭୋକରେ ମୃତ୍ୟୁ, କୁକ୍ଷିପୀଡା।

କନ୍ୟା ରାଶିରେ ରାହୁଥିଲେ: ଲୋକପ୍ରିୟ, ମଧୁର ଭାସି, କବି, ଲେଖକ, ଗାୟକ, ବଳହୀନ ବୁଦ୍ଧି, ଶତ୍ରୁ ଓ ରୋଗ ବିନାଶକାରୀ।

ତୁଳା ରାଶିରେ ରାହୁଥିଲେ: ଅଳ୍ପାୟୁ, ଦାନ୍ତରୋଗୀ, ମୃତବ୍ୟକ୍ତିର ଧନାଧିକାରୀ, କାର୍ଯ୍ୟକୁଶଳ, ସ୍ତ୍ରୀହାନି, ଅଗ୍ନି ଓ ବାୟୁରେ କଷ୍ଟ ଓ ସନ୍ତପ୍ତ।

ବିଛା ରାଶିରେ ରାହୁଥିଲେ: ଧୂର୍ତ, ନିର୍ଦ୍ଧନ, ରୋଗୀ, ଧନନାଶକ, ରାଜ୍ୟ ବା ବିଦ୍ଵାନ ଦ୍ଵାରା ସମ୍ମାନିତ, ଧନୀ ଲୋକ ବିରୋଧୀ, ଗ୍ରନ୍ଥି ରୋଗରେ ପୀଡିତ।

ଧନୁ ରାଶିରେ ରାହୁଥିଲେ: ବାଲ୍ୟାବସ୍ଥାରେ ସୁଖୀ, ମିତ୍ରଦ୍ରୋହୀ, ଦୃଢସଙ୍କଳ୍ପୀ, ବ୍ରତଗ୍ରାହୀ, ବନ୍ଧୁପ୍ରତି ଶ୍ନେହ ତଥା ଦତ୍ତପୁତ୍ର ହୋଇଯିବା।

ମକର ରାଶିରେ ରାହୁଥିଲେ: ମିତ୍ରଦ୍ରୋହୀ, ମିତବ୍ୟୟୀ, କୃପଣ, କୁଟୁମ୍ବ ରହିତ, ଧନମାନ, ପ୍ରତାପ, ସୁଖ୍ୟାତି ଓ ଜଳଭୟ ହୋଇଥାଏ।

କୁମ୍ଭ ରାଶିରେ ରାହୁଥିଲେ: ମିତବ୍ୟୟୀ,କୁଟୁମ୍ବରେ ଶ୍ନେହ, ଦନ୍ତରୋଗୀ, ବିଦ୍ଵାନ, ଲେଖକ, ଉପଦେଷ୍ଟା ଓ କଲ୍ୟାଣକାରୀ, ପରଦେଶରେ ପ୍ରତିଷ୍ଠା ଓ ଶତୃନାଶ।

ମୀନ ରାଶିରେ ରାହୁଥିଲେ: ଆସ୍ତିକ, କୁଳୀନ, ଶାନ୍ତ, କଳାପ୍ରେମୀ, ଦକ୍ଷ, ଧନ ସଞ୍ଚୟରେ ବିଘ୍ନ, ଉଚ୍ଚସ୍ଥାନରୁ ପତ୍ତନ ଓ ଭ୍ରମଣରେ ବିଫଳତା ମିଳିଥାଏ।

ବିଭିନ୍ନ ରାଶିରେ ଥିବା କେତୁର ଫଳାଫଳ

ମେଷରାଶିରେ କେତୁଥିଲେ: ଚଞ୍ଚଳ, ବହୁଭାଷୀ, କଷ୍ଟସହିଷ୍ଣୁ, କଠୋର, ରୋଗୀ, ବ୍ୟାକୁଳ, ସ୍ତ୍ରୀ ଚିନ୍ତାଗ୍ରସ୍ଥ, ସାମାନ୍ୟସୁଖୀ, ବିଳାସୀ,ମାତୁଳ ପୀଡାଦାଇ ଓ ଧନହାନୀ ଘଟେ।

ବୃଷରାଶିରେ କେତୁଥିଲେ: ଦୁଖୀ, ଆଳସ୍ୟପରାୟଣ, କୁଟୁମ୍ବ ବିରୋଧୀ, ବାଚାଳ,ନିରୁତ୍ସାହୀ, ନିରୁଦ୍ୟମୀ ଧନସମ୍ପତ୍ତି ନାସ ଓ ରାଜ୍ୟଲାଭ ବା କର୍ମଖେତ୍ରରେ ବାଧା ଦେଖାଦେବ।

ମିଥୁନ ରାଶିରେ କେତୁଥିଲେ: ବାୟୁ ବିକାର, କ୍ରୋଧୀ, ଅଳ୍ପାୟୁ, ବିବାଦୀ, ଶତ୍ରୁପୀଡିତ, ଭୟଭୀତ, ବ୍ୟାକୁଳଚିତ୍ତ, ଓ ଭଲବକ୍ତା ବା ଭାଷଣକର୍ତ୍ତା ହୋଇଥାନ୍ତି।

କର୍କଟ ରାଶିରେ କେତୁଥିଲେ: ପିତା ମାତାଙ୍କୁ କଷ୍ଟଦାୟୀ, ଅସ୍ଥିରଚିତ୍ତ, ଭୂତପ୍ରେତ ଦ୍ଵାରାପୀଡିତ ବାତରୋଗରେ ପୀଡିତ, ଧର୍ମଦ୍ରୋହୀ ଓ ମିତ୍ରଙ୍କଦ୍ଵାରା କ୍ଷତିସହିବେ।

ସିଂହ ରାଶିରେ କେତୁଥିଲେ:  ବିପରୀତ ବୁଦ୍ଧି, ବହୁଭାଷୀ, ଭୟାଳୁ, ବାୟୁବିକାର ଯୋଗେ ଉଦରପୀଡା, ଅସହିଷ୍ଣୁ, କଳାବିଦ୍, ସର୍ପଦଂଶନଭୟ, ଉଚ୍ଚରୁପତନ ଓ ଦୁର୍ଘଟଣାଗ୍ରସ୍ଥ ହେବେ।

କନ୍ୟା ରାଶିରେ କେତୁଥିଲେ:  ମାତୃସୁଖରୁ ବଞ୍ଚିତ, ବ୍ୟର୍ଥବିବାଦୀ, ଶତ୍ରୁବେଷ୍ଟିତ, ସର୍ବଦାମନ୍ଦାଗ୍ନି ରୋଗରେ ପୀଡିତ, ମୂର୍ଖ, ପଶୁସୁଖ ଯୁକ୍ତ, ଚକ୍ଷୁ ଓ ଚର୍ବିରୋଗରେ ପୀଡିତ ରହିବେ।

ତୁଳା ରାଶିରେ କେତୁଥିଲେ: ଚର୍ମରୋଗରେ ପୀଡିତ, କାମୀ, କ୍ରୋଧୀ, ଦୁଃଖୀ, ବିଭିନ୍ନ ମାର୍ଗରେ କ୍ଲେଶ, ସ୍ତ୍ରୀ ସମ୍ବନ୍ଧପାଇଁ ବ୍ୟାକୁଳ, ଚୋରଭୟ, ଉଦରରୋଗରେ ପୀଡିତ ହୋଇଥାନ୍ତି।

ବିଛା ରାଶିରେ କେତୁଥିଲେ: ରାଜପ୍ରିୟ, ଧନ ଉପାର୍ଜନରେ ବାଧା, କେହି କେହି ଅଳ୍ପଧନୀ ହେବା ଓ ସ୍ତ୍ରୀ ସନ୍ତାନ ନେଇ ପୂର୍ଣ୍ଣ ସୁଖୀ ହେବାର ଦେଖାଯାଏ।

ଧନୁ ରାଶିରେ କେତୁଥିଲେ: ମିଥ୍ୟାବାଦୀ, ଚଞ୍ଚଳଯୁକ୍ତ, ଧୂର୍ତ୍ତ, ଧର୍ମନାଶକାରୀ, ତୀର୍ଥ ପର୍ଯ୍ୟଟନ ପ୍ରେମୀ,ନୀଚ୍ଚଜନଦ୍ୱାରା ଲାଭ, ବାହୁ ରୋଗରେ ପୀଡିତ ଓ ଦାନ କାର୍ଯ୍ୟକୁ ନିନ୍ଦା କରିଥାନ୍ତି।

ମକର ରାଶିରେ କେତୁଥିଲେ: ପ୍ରବାସୀ, ଘୋର ପରିଶ୍ରମୀ, ତେଜସ୍ଵୀ, ପରାକ୍ରମୀ, ପିତାଙ୍କୁ କଷ୍ଟ, ମାତୃକଷ୍ଟି, ବାହନ ଦ୍ୱାରା ଜଙ୍ଘରେ ଆଘାତ ଲାଗେ।

କୁମ୍ଭ ରାଶିରେ କେତୁଥିଲେ: ଧନୀ, ବିଦ୍ଵାନ, ଦର୍ଶନୀୟ, ତେଜସ୍ଵୀ,କର୍ଣ୍ଣ ରୋଗୀ, ଦୁଃଖୀ, ଭ୍ରମଣଶୀଳ, ଅପବ୍ୟୟୀ, ଓ ଉଦର ରୋଗୀ ହୋଇଥାନ୍ତି।

ମିନ ରାଶିରେ କେତୁଥିଲେ: କାର୍ଯ୍ୟପରାୟଣ, ସୁନ୍ଦର ମିତ୍ର, ସୁଶିକ୍ଷିତ, ଉତ୍ତମ କାର୍ଯ୍ୟରେ ବ୍ୟୟ, ଶତୃନାଶ,କର୍ଣ୍ଣ ରୋଗୀ, ପ୍ରବାସୀ, ଚଞ୍ଚଳମନା, ଓ ଗୁପ୍ତାଙ୍ଗ ରୋଗୀ ହୋଇଥାନ୍ତି।

ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ କାଳସର୍ପଯୋଗ ଯନ୍ତ୍ରକୁ ଚାହିଁ ପ୍ରତ୍ୟେକଦିନ ୩୦ମିନିଟ୍ ପର୍ଯ୍ୟନ୍ତ ବସିରହି ଶରୀର ସୁସ୍ଥରହୁ କର୍ମରେ ଉନ୍ନତିହେଉ କହି ଜପ କରିଲେ ଭବିଷ୍ୟତ ଜୀବନ ଉଜ୍ଵଳମୟ ହେବ।ଲକ୍ଷସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିବେ।ଯନ୍ତ୍ରଦ୍ଵାରା ଓ ଯୋଗଦ୍ଵାରା ଅଶୁଭତ୍ଵକୁ ଖଣ୍ଡନ କରିହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!