ହୋମ ଯଜ୍ଞ ଦ୍ଵାରା ରୋଗର ବିନାଶ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହୋମ ଯଜ୍ଞ ଦ୍ଵାରା ରୋଗର ବିନାଶ

 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
ହୋମ ଯଜ୍ଞ ଦ୍ଵାରା ରୋଗର ବିନାଶ

ପ୍ରାଚୀନ କାଳରୁ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଆଶ୍ରମରେ ଯଜ୍ଞ କର୍ମକୁ ପ୍ରାଧାନ୍ୟ ଦିଆଯାଇଅଛି। ଗୃହସ୍ଥାଶ୍ରମି ବାତାବରଣକୁ ବିଶୁଦ୍ଧ  ରଖି ତାହାଦ୍ୱାରା ସର୍ବରୋଗ ଦୂର କରିବା ଓ ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଇବା ପାଇଁ ଯଜ୍ଞ ସମ୍ପାଦନା କରିଥାଏ। ଏହି ପବିତ୍ର ଯଜ୍ଞବିଧିକୁ ନାରୀ ଓ ପୁରୁଷ ଉଭୟେ ମିଶି ସମ୍ପାଦନା କରିବାର ନିୟମ ରହିଛି। କର୍ତ୍ତବ୍ୟ ଦୃଷ୍ଟିରୁ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଯଜ୍ଞ ଆରମ୍ଭ କଲେ ସେତେବେଳେ ଜନକ ନନ୍ଦିନୀ ମହାସତୀ ସୀତା ନିର୍ବାସିତ ଥିଲେ। ନାରୀ ଅନୁପସ୍ଥିତିରେ ଯଜ୍ଞ କରିବା ବାରଣ ଥିବାରୁ କର୍ତ୍ତବ୍ୟ ଚାପରେ ପ୍ରଭୁ ରାମଚନ୍ଦ୍ର ସୀତାଙ୍କ ସ୍ଵର୍ଣ୍ଣମୟୀ ପ୍ରତିମା ଯଜ୍ଞବେଦୀରେ ସ୍ଥାପନ କରି ଯଜ୍ଞ ଆରମ୍ଭ କରିଥିଲେ। ପ୍ରାଚୀନ କାଳରେ ଯେପରି ବୈଜ୍ଞାନିକ ଦୃଷ୍ଟିକୋଣରେ ମହର୍ଷିମାନଙ୍କ ଦ୍ଵାରା ଯଜ୍ଞ କରାଯାଉଥିଲା। ଆଧୁନିକ ଯୁଗରେ ମଧ୍ୟ ଦେଶ ବିଦେଶରେ ବୈଜ୍ଞାନିକଗଣ ହୋମ ଯଜ୍ଞର ଉପକାରିତା ଉପଲବ୍ଧ କରି ହବନ କ୍ରିୟା ଆୟୋଜନ କରୁଥିବା ପ୍ରମାଣ ମିଳେ। ୧୯୮୨ସାଲରେ ଦିଲ୍ଲୀ ନିକଟରେ ପୁଣ୍ୟାତ୍ମା ମହର୍ଷି ମହେଶଯୋଗୀଙ୍କ ଦ୍ଵାରା ମହର୍ଷି ବେଦ ଅଧ୍ୟୟନ ଶିକ୍ଷାକରି ତାହାରି ମାଧ୍ୟମରେ ଯଜ୍ଞବିଧି ଦ୍ଵାରା ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା। ଏହା ହେଉଛି ଆଧୁନିକ ଯୁଗର ଗୁରୁକୁଳାଶ୍ରମ।  ବୈଜ୍ଞାନିକ ପେଟରେସି ହେମିଲଟନ୍ କହିଛନ୍ତି ଯେ ଆମେରିକାରେ ହୋମଦ୍ଵାରା ଚିକିତ୍ସାବିଧି କ୍ରମେ ଅଧିକରୁ ଅଧିକ ପ୍ରସିଦ୍ଧି ଲାଭ କରୁଛି। ସେ କହିଛନ୍ତି ୱାସିଂଟନରେ ଅଗ୍ନିହୋତ୍ର ବିଶ୍ଵବିଦ୍ୟାଳୟ ସ୍ଥାପନ ହୋଇସାରିଛି। ପଶ୍ଚିମ ଜର୍ମାନିର ଏକ କମ୍ପାନୀ ଅଗ୍ନିହୋତ୍ର ଭସ୍ମରେ ଔଷଧପତ୍ର ପ୍ରସ୍ତୁତ କରିଅଛନ୍ତି। ଏହାଦ୍ଵାରା ନାନାବିଧ ରୋଗ ଆରୋଗ୍ୟ ହୋଇପାରୁଛି। ଯାବର୍ଥେଲଡ଼ ଓ ମୋନିକମେଳ ନାମକ ଦୁଇଜଣ ବୈଜ୍ଞାନିକ ପରୀକ୍ଷଣ କରି ଅଗ୍ନିହୋତ୍ର ଭସ୍ମକୁ ଅତ୍ୟନ୍ତ ଉପଯୋଗୀ ବୋଲି ସିଦ୍ଧ କରିଛନ୍ତି।

ହୋମଦ୍ରବ୍ୟ:

ସୁଗନ୍ଧପୁଷ୍ପ, କସ୍ତୁରୀ, କର୍ପୁର, ଅଗୁରୁ, ଚନ୍ଦନ, ଝୁଣା, ଗୋଗୁଳ ଇତ୍ୟାଦି।

ପୁଷ୍ଟିକାରକ:

ଗାଈଘିଅ, ମଇଁଷିଘିଅ, ମହୁ, ଛେନା, ଦହି, ଦୁଧ, ଗୁଡ, ଲଡୁ, ବୁନ୍ଦି, ସମସ୍ତପ୍ରକାର ଫଳ, ଅଲେଇଚ, ଗୁଜୁରାତି, ଜାଇଫଳ, ଗୋଲମରୀଚ, କାଜୁ, ଖିସମିସ୍, ଲବଙ୍ଗ, ଚେରି ଓ ନଡିଆ ମିଶ୍ରିତ ଅନ୍ନ ଇତ୍ୟାଦି।

ରୋଗନାଶକ ପଦାର୍ଥ:

ତୁଳସୀ, ବେଲପତ୍ର, ଶାଳକାଠ, ଆମ୍ବକାଠ, ପଣସକାଠ, ଗମ୍ଭାରୀକାଠ, ଚନ୍ଦନକାଠ, ଦେବଦାରୁ କାଠ ଓ ଗ୍ରହମାନଙ୍କ ସମିଧ ଇତ୍ୟାଦି। ଏହି ଦ୍ରବ୍ୟଗୁଡିକ ଅଗ୍ନିରେ ଭସ୍ମ ହୋଇ ବାୟୁଦ୍ଵାରା ଚତୁର୍ଦ୍ଦିଗରେ ପ୍ରବାହିତ ହୋଇ ବିଶ୍ଵରେ ଜୀବଜନ୍ତୁ ମାନଙ୍କର ସର୍ବବିଦ୍ଧି କଲ୍ୟାଣ ସାଧନ କରିଥାଏ। ଯଜ୍ଞ ସମ୍ବନ୍ଧେ ପାଶ୍ଚାତ୍ୟ ବିଦ୍ଵାନମାନଙ୍କ ଦ୍ଵାରା  ବହୁତ ଗବେଷଣା ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଉଛି। ଯଜ୍ଞର ଘୃତାହୁତି ସହ ଅନ୍ୟାନ୍ୟ ଭେଷଜ ସାମଗ୍ରୀ ସର୍ବୋପରି ଆହୂତି ଦେବା ଫଳରେ ବାୟୁ ଔଷଧ ମିଶ୍ରିତ ହୋଇ ଅସାଧାରଣ ଗୁଣ ଓ ଶକ୍ତିଧାରଣ କରି ମନୁଷ୍ୟର ଶରୀର ଓ ମନକୁ ରୋଗମୁକ୍ତ କରିଥାଏ। ଅର୍ଥାତ୍-ଔଷଧ ଗୁଣଯୁକ୍ତ ଆରୋଗ୍ୟକାରକ ବାୟୁ ଚତୁର୍ଦ୍ଦିଗରେ ପ୍ରବାହିତ ହେଉ। ଏହା ହିଁ ଈଶ୍ଵରଙ୍କ ଠାରେ ପ୍ରାର୍ଥନା।

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!