Bruhaspati Chalana 2016


Bruhaspati Chalana 2016

Bruhaspati Chalana 2016

କନ୍ୟା ରାଶିକୁ ବୃହସ୍ପତି ଚଳିବା ଦ୍ଵାରା ୧୨ଟି ରାଶିର ଶୁଭାଶୁଭ ଫଳ।

ଦୃକସିଦ୍ଧ ଗଣନାମତେ ବୃହସ୍ପତି କର୍କଟ ୨୭ ଦିନ ତା॰ ୧୧/୮/୨୦୧୬ ମସିହା  ଶ୍ରାବଣ ମାସ ଶୁକ୍ଲପକ୍ଷ ନବମୀ ତିଥି ଗୁରୁବାର ରାତ୍ର ଘ॰୮:୩୫ ମିନିଟ ସମୟରେ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ତୃତୀୟ ଚରଣ କନ୍ୟା ରାଶିକୁ ଦେବଗୁରୁ ବୃହସ୍ପତି ସ୍ଵଚାର ହେବେ।

କାଳ ପୁରୁଷର ଅଙ୍ଗରେ ଚଳନ ନକ୍ଷତ୍ର ନାଶ ।

ମସ୍ତକେ ୧୨/୧୩/୧୪/୧୫-ଫଳଂ-ରାଜପୁଜା।

ହୃଦୟେ ୨୧/୨୨/୨୩/୨୪/୨୫ ଫଳଂ ପ୍ରୀତି ଲାଭଃ।

ନେତ୍ରଦ୍ଵୟେ ୦୯/୧୦/୧୧ ଫଳଂ ସୁଖଲାଭ ।

ଦକ୍ଷିଣ କରେ ୧୬/୧୭/୧୮/୧୯/ ଫଳଂ ସୁଖ ପ୍ରାପ୍ତି।

କଣ୍ଠେ ୨୦ ଫଳଂ ସମ୍ପଦ ଲାଭ ।

ଦକ୍ଷିଣ ପାଦେ ୨୬/୨୭/୦୧ ଫଳଂ ଅପମାନ ।

ବାମହସ୍ତେ ୦୫/୦୬/୦୭/୦୮ ଫଳଂ କ୍ଳେଶ ଭୋଗ।

ବାମପାଦେ ୦୨/୦୩/୦୪/ ଫଳଂ ରୋଗ ଓ କଷ୍ଟ । ଏହା ଶତକଡା ୨୫ ଭାଗ ଫଳ ।

ବୃହସ୍ପତି ଗୋଚର ଶୁଦ୍ଧି:

ଗୋଚରରେ ବୃଷ  , ସିଂହ , ବିଛା, ମକର  ଓ ମୀନ ରାଶି ଜାତ ବ୍ୟକ୍ତିମାନଙ୍କର ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ । ମିଥୁନ ଓ କର୍କଟ ରାଶି ପାଇଁ ମଧ୍ୟ ଶୁଭ କର୍ମ ନିମନ୍ତେ ଶୁଭ ସମୟ ଅଟେ । ଏତଦ ଭିନ୍ନ ରାଶି ମାନଙ୍କର ଗୋଚରରେ  ଅଶୁଭ ହେବ । ଏହା ଶତକଡା ୨୫ ଭାଗ ଫଳ ।

ବୃହସ୍ପତି ଚଳନ ସମୟରେ ଚନ୍ଦ୍ର ଯୋଗେ ଶୁଭାଶୁଭ ଫଳ ।

ଯାଦୃଶେନ  ଶଶାଙ୍କେନ ଗ୍ରହଂ ସଞ୍ଚାରତେ ନୃଣାମ୍ ।

ତାଦୃଶଂ ଫଳଂମାପ୍ନୋତି  ଶୁଭଂ ବା ଯଦି ବା ଶୁଭଂ ।।

ଯାଦୃଶେନ ଗ୍ରହେଣେନ୍ଦୁ-ର୍ଯୁକ୍ତସ୍ତାଦୃଗ  ଭବେସ୍ତୋଅପି । ମନୋବୃତିସମାଯୋଗାତ୍-ବିକାରଇବ ବକ୍ତସ୍ୟ  ।।

ଶାସ୍ତ୍ର ପ୍ରମାଣ ଅନୁସାରେ ବୃଷ, ବିଛା, ମକର, ଓ  ମୀନ ରାଶି ଜାତ ବ୍ୟକ୍ତି ମାନଙ୍କର ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଦ୍ଧି ଥିବାରୁ ଅତି ଶୁଭ ଫଳ ପ୍ରାପ୍ତି ହେବ । ଗୁରୁ ଗୋଚରରେ ଅଶୁଭ ଓ ଚନ୍ଦ୍ର ଶୁଦ୍ଧି ଥିବାରୁ ମିଥୁନ, କନ୍ୟା, କୁମ୍ଭ ରାଶି ମାନଙ୍କର ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ । ମେଷ, କର୍କଟ, ତୁଳା, ଧନୁ ରାଶିର ଗୁରୁ ଗୋଚୋର ସମୟରେ ଚନ୍ଦ୍ର ଅଶୁଦ୍ଧି ଥିବାରୁ ଅଧିକ ଅଶୁଭ ଫଳ ପ୍ରାପ୍ତି ହେବ । ସିଂହ ରାଶିର ଗୁରୁ ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ଥିବାରୁ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ । ଏହା ଶତକଡା ୨୫ ଭାଗ ଫଳ।

ବୃହସ୍ପତିଙ୍କ ନକ୍ଷତ୍ର ଚଳନରେ ଶୁଭାଶୁଭ । 

ବୃହସ୍ପତି ୧୨ ନକ୍ଷତ୍ରକୁ ଚଳନ ହୋଇଛନ୍ତି । ସଂଚାର ନକ୍ଷତ୍ର ଓ ରାଶିର ଜନ୍ମ ନକ୍ଷତ୍ର ଏବଂ ଜନ୍ମ ରାଶିକୁ ମିଶାଇ ଆଠ ଦ୍ଵାରା ଭାଗ କଲେ ଶେଷାଙ୍କରୁ ଶୁଭାଶୁଭ ଫଳ ଜାଣିପାରିବେ । ଯଥା ବୃହସ୍ପତିଙ୍କ ଗୋଚର ନକ୍ଷତ୍ର ୧୨ ଶୁଭ୍ରାଂଶୁ ନାମରେ ମୂଳ ଅକ୍ଷର ଶୁ ଥିବାରୁ ନାମନୁସାରେ ସତଭିଶା ନକ୍ଷତ୍ର କୁମ୍ଭ ରାଶି ହେଉଛି । ସତଭିଶା ନକ୍ଷତ୍ର ୨୪ + କୁମ୍ଭ ରାଶି ସଂଖ୍ୟା ୧୧ + ଗୁରୁଙ୍କ ଚାଳନ ନକ୍ଷତ୍ର ୧୨ = ୪୭ ହରଣ ୮ =  ଭାଗଶେଷ ୦୭ ରହିବାରୁ ଫଳ ହେଲା ଗୌରଫଳ – କଳହ ଓ ଅଗ୍ନି ଭୟ ହେବ । ଏହି ସୂତ୍ରରେ ସମସ୍ତ ନକ୍ଷତ୍ର ରାଶିକୁ ଗଣନା କରିବେ ।  ଭାଗଶେଷ ୦୧ ରହିଲେ  –ହେମଫଳ ,ଅର୍ଥପ୍ରାପ୍ତି । ୦୨ –ତାମ୍ରଫଳ, ତୀର୍ଥ ଦର୍ଶନ । ୦୩ –ନୀଳଫଳ, ରାଜଲକ୍ଷ୍ମୀ ପ୍ରାପ୍ତି । ୦୪ –ପିତ୍ତଫଳ, ଦ୍ରବ୍ୟହାନି । ୦୫ –ମାରାଗଫଳ, ଦୁଃଖ । ୦୬ – ପିଙ୍ଗଳଫଳ, ଭୂମି ଓ  ଅର୍ଥ ଲାଭ । ୦୭ – ଗୌରଫଳ, କଳହ ଓ ଅଗ୍ନି ଭୟ ।  ୦୮- ଶୋଣିତଫଳ ଅସ୍ତ୍ରାଘାତ।  ଏହା ଶତକଡା ୨୫ ଭାଗ ଫଳ ।

       ଅଶୁଭ ଫଳ ଖଣ୍ଡନ ପାଇଁ ବୃହସ୍ପତିଙ୍କୁ ଯଥାବିଧି ପୂଜାର୍ଚ୍ଚନା କରିବା ଆବଶ୍ୟକ ନତୁବା ପ୍ରାଣ ପ୍ରତିଷ୍ଠିତ ଗୁରୁ ଜନ୍ତ୍ର ପୂଜା କରିବା ଉଚ୍ଚିତ୍ ନତୁବା ଗୌରବର୍ଣ୍ଣ ଯୁବକ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଓ ହଳଦିଆ  ଦ୍ରବ୍ୟ ଦାନଦେଇ ଦକ୍ଷିଣା ଦେବେ ନତୁବା ବିଧବାଙ୍କର ସେବା କରି ଅନ୍ନ ବସ୍ତ୍ର ଦାନ ଦେବେ । ବ୍ରାହ୍ମଣ ଝାଟିଆ ମୂଳ ଗୁରୁ ବାର ଦିନ ନିମନ୍ତ୍ରଣ କରି ଆଣି ହଳଦିଆ ସୂତାରେ ଗୁଡେଇ ପୁରୁଷ ଡାହାଣ ବହୁରେ ଓ ସ୍ତ୍ରୀମାନେ ବାମ ବହୁରେ ବାନ୍ଧିଲେ ବୃହସ୍ପତିଙ୍କର ଅଶୁଭତ୍ଵ ଖଣ୍ଡନ ହେବ ।

ବିଶେଷତଃ ଶାସ୍ତ୍ର ବଚନ:

ଜୀବେ ଦ୍ବିତୀୟେ ଧନଧାନ୍ୟ ଭୋଗୀ    ସୂତାର୍ଥ ଲାଭ ନବପଞ୍ଚକେଷୁ  । ଜାମିତ୍ର ସଂସ୍ଥେ ବିପୁଳାଚ ଲକ୍ଷ୍ମୀ      ଶୈକାଦଶେ ସର୍ବ ଶୁଭଂ ଦଦାତି । ।

ଅର୍ଥ – ବୃହସ୍ପତି ଦ୍ବିତୀୟରେ ଧନଦନ୍ୟ ଲାଭ, ନବମ ଓ ପଞ୍ଚମରେ ଧନ ଓ ପୁତ୍ର ଲାଭ, ସପ୍ତମରେ ବିପୁଳ ଲକ୍ଷ୍ମୀ ପ୍ରାପ୍ତି , ଏକଦଶରେ ସର୍ବ ଶୁଭ ଫଳ ପ୍ରାପ୍ତି ହେବ ।

ଜନ୍ମରାଶୌ ସୁରାଚାର୍ଯ୍ୟ ରାମୋ ରାଜା ବନଂ ଗତଃ ।

ତୃତୀୟେଚ ବଳିର୍ବଦ୍ଧ ଶ୍ଚତୁର୍ଥେ ବିଂଶ ଲୋଚନଃ ।।

ଦ୍ଵାଦଶେ ଶଗର ରାଜା ଦଶମେ ମଧୁ କୈଟଭୌ ।

ଅଷ୍ଟମେ କୁରୁ ରାଜା ଶ୍ଚ ଷଷ୍ଠେ  କର୍ଣ୍ଣ ନିପାତିତଃ ।।

 ଜନ୍ମ ବୃହସ୍ପତିରେ ଶ୍ରୀ ରାମ ରାଜା ହବା ପରିବର୍ତ୍ତେ ବନବାସ ଯାଇଥିଲେ ।  ତୃତୀୟ ବୃହସ୍ପତିରେ ବଳି ରାଜା ପାତାଳ ଗାମୀ ହୋଇଥିଲେ । ଚତୁର୍ଥରେ ରାବଣଙ୍କର ମୃତ୍ୟୁ ହୋଇଥିଲା, ଦ୍ବାଦଶ ଗୁରୁରେ ଶଗର ରାଜାଙ୍କର ପତନ ଘଟିଥିଲା । ଦଶମରେ ମଧୁ କୈଟଭ ରାକ୍ଷସଙ୍କ ନିଧନ ହୋଇଥିଲା । ଅଷ୍ଟମରେ ବୃହସ୍ପତି ଚଳିବା ସମୟରେ ଦୁର୍ଯୋଧନ ରାଜାଙ୍କର ଉରୁ ଭଙ୍ଗ ହୋଇଥିଲା । ଷଷ୍ଠରେ ବୃହସ୍ପତି ଥିବାବେଳେ ମହାଦାନୀ କର୍ଣ୍ଣଙ୍କର ନିଧନ ହୋଇଥିଲା । ଏଣୁ ଏହି ସମୟରେ ଅଶୁଭ ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

ବୃହସ୍ପତିଙ୍କ ଅଶୁଭସ୍ଥଳେ ଦାନ, ଦ୍ରବ୍ୟଡି ଦ୍ଵାରା ପ୍ରତିକାର ବ୍ୟବସ୍ଥା

 ଶର୍କରା ରଜନୀ ତୁରଙ୍ଗମଂ ଚ ପୀତ ଧାନ୍ୟାଂମପି ପିତମ୍ବରଂ ।

 ପଦ୍ମରାଗଂ ଲବଣଂ ଚ କାଞ୍ଚନଂ ପ୍ରୀତୟେ ସୁରଗୁରୋଃ ପ୍ରଦୀୟତାମ ।।

 ବୃହସ୍ପତିଙ୍କ ଅଶୁଭ ଫଳ ନିରାକରଣ ପାଇଁ ଚଳନ ସମୟରେ ଗୁଡ, ଖଣ୍ଡହଳଦୀ, ତିଳ ସୁବର୍ଣ୍ଣ, ଧାନ, ହଳଦିଆ ବସ୍ତ୍ର , ପଦ୍ମରାଗ ମଣି ଓ ଲୁଣ ଏ ସମସ୍ତ ଦ୍ରବ୍ୟ ବିଷ୍ଣୁ ମନ୍ଦିରରେ ଦାନ ଦେଇ ପୂଜକଙ୍କୁ ଦକ୍ଷିଣା ଦେବା ଉଚିତ ନତୁବା ଗ୍ରାମଦେବତୀଙ୍କ ନିକଟରେ ଖେଚୁଡି ଭୋଗ ଲଗେଇ ୧୨ ବର୍ଷରୁ କମ୍ ବୟସ ହୋଇଥିବା୧୬ ଜଣ ପିଲାଙ୍କୁ ପେଟ ଭରି ଖାଇବାକୁ ଦେବେ ।

୧୧/୮/୨୦୧୬ ମସିହା ଗୁରୁବାର ରାତ୍ର ୮.୩୫ ମିନିଟ୍ ରେ ବୃହସ୍ପତି କନ୍ୟା ରାଶିକୁ ସ୍ବଚାର ହୋଇ ୧୨/୯/୨୦୧୭ ମସିହା ପର୍ଯ୍ୟନ୍ତ ରହିବା ଦ୍ବାରା ୧୨ ଟି ରାଶିର ଶୁଭାଶୁଭ ଫଳ ।

ମେଷ ରାଶି : ୦୧ ନକ୍ଷତ୍ର ଅପମାନ, ୦୨ ଓ ୦୩ ନକ୍ଷତ୍ର ରୋଗ  ଓ କଷ୍ଟ । ଷଷ୍ଠ ଗୁରୁ- ଷଷ୍ଟେକର୍ଣ୍ଣନିପାତିତଃ।

ଗୁରୁଙ୍କ ସଞ୍ଚାର ନକ୍ଷତ୍ର ୧୨+ ଜନ୍ମ ନକ୍ଷତ୍ର ୦୧ଓ ରାଶି ୦୧ ÷ ୦୮= ୦୬ ରେ ପିଙ୍ଗଳ ଫଳ ଭୂମି ଓ ଅର୍ଥ ଲାଭ ।  ଜନ୍ମ ନକ୍ଷତ୍ର ୦୨+ ରାଶି ୦୧ ÷ ୦୮ = ୦୭ ରେ ଗୌର ଫଳ କଳହ ଓ ଅଗ୍ନି ଭୟ । ଜନ୍ମ ନକ୍ଷତ୍ର ୦୩+ ରାଶି ୦୧ ÷ ୦୮ = ୦୦ ଶୋଣିତ ଫଳ ଅସ୍ତ୍ରାଘାତ । ଏହିପରି ପାଞ୍ଜିରୁ ଅନ୍ୟ ନକ୍ଷତ୍ର ରାଶି ମାନଙ୍କର ବିଚାର କଲେ କଣ ଶୁଭ ଓ କଣ ଅଶୁଭ ଜାଣିପାରିବେ।  ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ ବିଶେଷ ପ୍ରଭାବ ଉପଲବ୍ଧି ହେବ। ୨୦୧୭ ମସିହା ଜୁଲାଇ ମାସରେ ଗୁରୁଙ୍କର ବିଶେଷ ଶୁଭାଶୁଭ ଅନୁଭବ କରିପାରିବେ । କିଡନୀ, ଲିଭର, ହୃଦୟ ଜନିତ ରୋଗପାଇଁ ଧନ ଖର୍ଚ ହେବ । କର୍ମୋନତ୍ତି, ବିଦେଶ ଯାତ୍ରା, ଋଣପ୍ରାପ୍ତି ହେବ ।

ବୃଷ ରାଶି :  ୦୩ ଓ ୦୪  ନକ୍ଷତ୍ର ରୋଗ ଓ କଷ୍ଟ  ,୦୫ ନକ୍ଷତ୍ର କ୍ଲେଶ । ପଞ୍ଚମ ଗୁରୁ- ସୂତାର୍ଥଲାଭ ନବପଞ୍ଚକେଶୁ ।

ଗୁରୁଙ୍କ ସଞ୍ଚାର ନକ୍ଷତ୍ର ୧୨+ ଜନ୍ମ ନକ୍ଷତ୍ର ୦୩ ଓ ରାଶି ୦୨÷ ୦୮= ୦୧ ରେ ହେମ ଫଳ, ଅର୍ଥ ଲାଭ ।  ଜନ୍ମ ନକ୍ଷତ୍ର ୦୪ + ରାଶି ୦୨ ÷ ୦୮ = ୦୨ ରେ ତାମ୍ର ଫଳ, ତୀର୍ଥ ଦର୍ଶନ । ଜନ୍ମ ନକ୍ଷତ୍ର ୦୫ + ରାଶି ୦୨ ÷ ୦୮ = ୦୩  ନୀଳ ଫଳ, ରଜସମ୍ମାନ ଓ ଧନପ୍ରାପ୍ତି । ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ଶୁଭଫଳ ପ୍ରାପ୍ତି । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ସନ୍ତାନ ପ୍ରାପ୍ତି, ବିବାହ ଯୋଗ, ବିଦ୍ୟାରେ ଉନ୍ନତ୍ତି, କର୍ମୋନତ୍ତି, ବିଦେଶ ଯାତ୍ରା, ମାନସମ୍ମାନ ବୃଦ୍ଧି ହେବ । କିଡନୀ, ଲିଭର, ହୃଦୟ, ଚକ୍ଷୁ ଜନିତ ରୋଗପାଇଁ ଧନ ଖର୍ଚ ହେବ । ଅନ୍ଧ ଓ ବିଧବାଙ୍କର ସେବା କରନ୍ତୁ ।

ମିଥୁନ ରାଶି : ୦୫, ୦୬ ଓ ୦୭ ନକ୍ଷତ୍ର ମୃତ୍ୟୁବତ୍ ପୀଡା। %୨୫ ଭାଗ । ଚତୁର୍ଥ ଗୁରୁ- ଚତୁର୍ଥେ ବିଂଶ ଲୋଚନ । %୨୫ ଭାଗ ।   

ଗୁରୁଙ୍କ ସଞ୍ଚାର ନକ୍ଷତ୍ର ୧୨+ ଜନ୍ମ ନକ୍ଷତ୍ର ନକ୍ଷତ୍ର ୦୫ + ରାଶି ୦୩ ÷ ୦୮ = ୦୪ ରେ କର୍ଣ୍ଣ ଫଳ, ଦ୍ରବ୍ୟ ହାନୀ । ଜନ୍ମ ନକ୍ଷତ୍ର ୦୬ + ରାଶି ୦୩ ÷ ୦୮ = ୦୫ ରେ ମାରକ ଫଳ, ଦୁଖଃଭୋଗୀ । ଜନ୍ମ ନକ୍ଷତ୍ର ୦୭ + ରାଶି ୦୩ ÷ ୦୮ = ୦୬ ପିଙ୍ଗଳ ଫଳ, ଜାଗାଜମି ଓ ଧନପ୍ରାପ୍ତି । %୨୫ ଭାଗ । ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ଶୁଭଫଳ ପ୍ରାପ୍ତି । %୨୫ ଭାଗ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ଗୃହ ଓ ବାହନ ପ୍ରାପ୍ତି, ବିବାହ ଯୋଗ, ବିଦ୍ୟାରେ ଉନ୍ନତ୍ତି, କର୍ମୋନତ୍ତି, ବିଦେଶ ଯାତ୍ରା, ମାନସମ୍ମାନ ବୃଦ୍ଧି, ପାରିବାରିକ ସୁଖ ପ୍ରାପ୍ତି ହେବ । ଲିଭର, ହୃଦୟ, ଦକ୍ଷିଣ ଅଙ୍ଗ ଜନିତ ରୋଗପାଇଁ ଧନ ଖର୍ଚ ହେବ । ଗୋ ମାତା ଓ ବିଧବାଙ୍କର ସେବା କରନ୍ତୁ ।

କର୍କଟ ରାଶି : ୦୭, ୦୮ ନକ୍ଷତ୍ର ମୃତ୍ୟୁବତ୍ ପୀଡା, ୦୯ ନକ୍ଷତ୍ର ସୁଖ ଲାଭ ।  ତୃତୀୟ ଗୁରୁ- ତୃତୀୟେଚ ବାଳିର୍ବଧ।

ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ଶୁଭ ଫଳ ପ୍ରାପ୍ତି ହେବ। ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ଋଣ, ଭୂମି ଗୃହ ଓ ବାହନ ପ୍ରାପ୍ତି, ବିବାହ ଯୋଗ, ବ୍ୟବସାୟରେ ଉନ୍ନତ୍ତି,  ବିଦ୍ୟାରେ ଉନ୍ନତ୍ତି, କର୍ମୋନତ୍ତି, ବିଦେଶ ଯାତ୍ରା, ପାରିବାରିକ ସୁଖ ପ୍ରାପ୍ତି ହେବ । ଲିଭର, ହୃଦୟ, ଦକ୍ଷିଣ ଅଙ୍ଗ ଜନିତ ରୋଗପାଇଁ ଧନ ଖର୍ଚ ହେବ । ଗୋ ମାତା ଓ ବିଧବାଙ୍କର ସେବା କରନ୍ତୁ ।

ସିଂହ ରାଶି : ୧୦, ୧୧ ନକ୍ଷତ୍ର ସୁଖ ଲାଭ, ୧୨ ନକ୍ଷତ୍ର ରାଜପୂଜା । ଦ୍ବିତୀୟ ଗୁରୁ- ଦ୍ବିତୀୟେଚ ଧନଧାନ୍ୟ ଭୋଗ ।    

ଗୁରୁ ଚଳନ ସମୟରେ ଚନ୍ଦ୍ର ଅଶୁଭ ଯୋଗେ ୭୫% ଭାଗ ଶୁଭ ଫଳ ପ୍ରାପ୍ତି ହେବ। ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ଅଟକି ଥିବା ଧନ ପ୍ରାପ୍ତି ହେବ, ସନ୍ତାନ ସୁଖ, ଋଣ, ଭୂମି ଗୃହ ଓ ବାହନ ପ୍ରାପ୍ତି, ବିବାହ ଯୋଗ, ବ୍ୟବସାୟରେ ଉନ୍ନତ୍ତି,  ବିଦ୍ୟାରେ ଉନ୍ନତ୍ତି, କର୍ମୋନତ୍ତି, ବିଦେଶ ଯାତ୍ରା, ପାରିବାରିକ ସୁଖ ପ୍ରାପ୍ତି ହେବ । ଲିଭର, ହୃଦୟ, ଦକ୍ଷିଣ ଅଙ୍ଗ ଜନିତ ରୋଗପାଇଁ ଧନ ଖର୍ଚ ହେବ । ଗୋ ମାତା ଓ ବିଧବାଙ୍କର ସେବା କରନ୍ତୁ ।

କନ୍ୟା ରାଶି : ୧୨, ୧୩ ଓ ୧୪ ନକ୍ଷତ୍ର ରାଜପୂଜା । ଜନ୍ମଗୁରୁ- ଜନ୍ମରାଶୌ ସୁରାଚାର୍ଯ୍ୟ ରାମ ରାଜା ବନ ଗତ ।

ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ୫୦% ଭାଗ ଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ସନ୍ତାନ ସୁଖ, ବନ୍ଧୁବାନ୍ଧବ ସୁଖ, ବିବାହ ଯୋଗ, ଆୟବୃଦ୍ଧି, ବିଦ୍ୟାରେ ଉନ୍ନତ୍ତି, କର୍ମୋନତ୍ତି, ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ , ପାରିବାରିକ ସୁଖ ପ୍ରାପ୍ତି ହେବ । ମସ୍ତିସ୍କ ପୀଡା, ମେଦବୃଦ୍ଧି, ପାଦ ପୀଡା, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବେ ।  ବ୍ରାହ୍ମଣ ଓ  ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।

ତୁଳା ରାଶି :   ୧୪,୧୫ ନକ୍ଷତ୍ର ରାଜପୂଜା, ୧୬ ନକ୍ଷତ୍ର ସୁଖ ଲାଭ । ଦ୍ଵାଦଶ ଗୁରୁ- ଦ୍ବାଦଶେ ଶଗର ରାଜା ।

ଗୁରୁ ଚଳନ ସମୟରେ ଚନ୍ଦ୍ର ଅଶୁଭ ଯୋଗେ ୭୫ % ଭାଗ ଅଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ। ମାନସିକ ଦୁଶ୍ଚିନ୍ତା, ଶତୃବୃଦ୍ଧି, ଅପବ୍ୟୟ, ବିଦ୍ୟାରେ    ଉନ୍ନତ୍ତି, ପାରିବାରିକ ସୁଖ, ଗୃହ, ବାହନ ପ୍ରାପ୍ତି ହେବ । ମସ୍ତିସ୍କ ପୀଡା, ମେଦବୃଦ୍ଧି, ପାଦ ପୀଡା, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବେ ।  ବ୍ରାହ୍ମଣ ଓ  ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।

ବିଛା ରାଶି :   ୧୬,୧୭,୧୮ ସୁଖ ଲାଭ, ରୋଗ ନାଶ  । ଏକାଦଶ ଗୁରୁ- ସର୍ବଶୁଭ ଦଦ୍ୟାତ୍ ଏକଦଶୈ।

ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ୧୦୦ % ଭାଗ ଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ। କର୍ମ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତ୍ତି, ବିଦ୍ୟାରେ ଉନ୍ନତ୍ତି, ପାରିବାରିକ ସୁଖ, ଗୃହ, ବାହନ ପ୍ରାପ୍ତି , ସନ୍ତାନ ମାନଙ୍କର ଉନ୍ନତ୍ତି ହେବ । ବିବାହ ଯୋଗ, ଯଶ, ମାନ, ପ୍ରତିଷ୍ଠା  ଓ ଆକସ୍ମିକ ଧନ ପ୍ରାପ୍ତି । ପୁରୁଣା ରୋଗରୁ ଉପସମ ମିଳିବ । ବ୍ରାହ୍ମଣ ଓ  ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।

ଧନୁ ରାଶି : ୧୯,୨୦,୨୧ ନକ୍ଷତ୍ର ସୁଖ, ସମ୍ପଦ, ପ୍ରୀତି ଲାଭ । ଦଶମ ଗୁରୁ- ଦଶମେ ମଧୁକୈଟଭ।

ଗୁରୁ ଚଳନ ସମୟରେ ଚନ୍ଦ୍ର ଅଶୁଭ ଯୋଗେ ୭୫% ଭାଗ ଅଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ। ରୋଗ, ରୁଣ ଓ ଶତ୍ରୁ ନାଶ । ବିଦେଶ ଯାତ୍ରାର ସୁଯୋଗ ପାଇବେ ।  ଯାନବାହନ, ଜାଗାଜମି ଓ ଗୃହ ପାଇଁ ଧନ ଖର୍ଚ ହେବ । ଶୁଭ କର୍ମରୁ ଅର୍ଥ ପ୍ରାପ୍ତି ହେବ । ଆତ୍ମ  ବିଶ୍ବାସ ବଢିବ, ଶରୀର ସୁସ୍ଥ ରହିବ । ଅନ୍ୟାନ୍ୟ ଅଶୁଭ ପାଇଁ ବ୍ରାହ୍ମଣ ଓ  ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।

ମକର ରାଶି :  ୨୧,୨୨,୨୩ ନକ୍ଷତ୍ର ସୁଖ, ସମ୍ପଦ, ପ୍ରୀତି ଲାଭ । ନବମ ଗୁରୁ- ଭାଗ୍ୟେଜୀବେ ସର୍ବସୌଭାଗ୍ୟ ସିଦ୍ଧି।

ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ୧୦୦% ଭାଗ ଅଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ। ରୋଗ, ରୁଣ ଓ ଶତ୍ରୁ ନାଶ । ବିଦେଶ ଯାତ୍ରାର ସୁଯୋଗ ପାଇବେ ।  ଯାନବାହନ, ଜାଗାଜମି, ଗୃହ ଓ ସନ୍ତାନ ପାଇଁ ଧନ ଖର୍ଚ ହେବ । ସରକାରୀ କ୍ଷେତ୍ର ଅର୍ଥ ପ୍ରାପ୍ତି ହେବ । ଭାତୃ ସୁଖ ଓ ଧର୍ମ କାର୍ଯ୍ୟରେ ରୁଚି । ଅନ୍ୟାନ୍ୟ ଶୁଭ ପାଇଁ ବ୍ରାହ୍ମଣ ଓ  ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।

କୁମ୍ଭ ରାଶି :   ୨୩,୨୪,୨୫ ନକ୍ଷତ୍ର ସୁଖ, ସମ୍ପଦ, ପ୍ରୀତି ଲାଭ । ଅଷ୍ଟମ ଗୁରୁ- ମାର୍ଗକ୍ଲେଶ ମରିଷ୍ଟ ମଷ୍ଟମଗତେ ନଷ୍ଟଧନୌ କଷ୍ଟତାମ୍।

ଗୁରୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ୫୦% ଭାଗ ଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ଯାତ୍ରାରେ କଷ୍ଟ, ବିବିଧ ମାର୍ଗରେ କ୍ଲେଶ, ଧନ ହାନି, କର୍ମ ହାନି, ପ୍ରଗତିରେ ବାଧା, ଶାରୀରିକ କଷ୍ଟ, ବେବସାୟରେ କ୍ଷତି ଓ କଠୋର ବ୍ୟବହାର ଯୋଗୁ ନିନ୍ଦିତ ହେବେ ।  ଶୁଭଫଳ ପାଇବା ପାଇଁ ବ୍ରାହ୍ମଣ ଓ ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।

ମୀନ ରାଶି :   ୨୫ ନକ୍ଷତ୍ର ପ୍ରୀତି ଲାଭ୨୬,୨୭ ନକ୍ଷତ୍ର ଅପମାନ। ସପ୍ତମ ଗୁରୁ- ବିପୁଳାଚଲକ୍ଷ୍ମୀ ବନିତାଶୌଖ୍ୟଂ।

ଗୁରୁ ଚଳନ ସମୟରେ ଚନ୍ଦ୍ର ଅଶୁଭ ଯୋଗେ ୭୫% ଭାଗ ଅଶୁଭ ଫଳ ପ୍ରାପ୍ତି ହେବ । ଏହି ଶୁଭାଶୁଭ ଗୁରୁ ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବା ଜାତକ ମାନଙ୍କରେ, ବିଶେଷ ପ୍ରଭାବ ଉପଲବ୍ଧି ହେବ । ରୋଗ, ରୁଣ ଓ ଶତ୍ରୁ ନାଶ । ବିଦେଶ ଯାତ୍ରାର ସୁଯୋଗ ପାଇବେ । ଗୃହବାହନ, ଜାଗାଜମି ଓ  ଶୁଭ କାର୍ଯ୍ୟ ପାଇଁ ଧନ ଖର୍ଚ ହେବ । କର୍ମୋନତ୍ତି, ଭାଗୀଦାରୀ ବ୍ୟବସାୟରେ ଲାଭ, ଦାମ୍ପତ୍ୟ ସୁଖ ପ୍ରାପ୍ତି ଓ ଶରୀର ସୁସ୍ଥ ରହିବ । ଅନ୍ୟାନ୍ୟ ଅଶୁଭ ପାଇଁ ବ୍ରାହ୍ମଣ ଓ  ବିଧବାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।