Vastu Diga Nirnaya

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦିଗ ନିର୍ଣ୍ଣୟ:


ଉତ୍ତର-ପୂର୍ବରେ ପାଇଖାନାର ସ୍ଥିତିବାସ୍ତୁ ଦୃଷ୍ଟିରୁ ଅତ୍ୟନ୍ତ କ୍ଷତିକାରକ।ଏପରି ସ୍ଥିତିରେ ଗୃହର ପ୍ରଗତି ଓ ସମୃଦ୍ଧିରେ ପ୍ରତିବନ୍ଧକ ହେବା ସହିତ ପରିବାରର ଆର୍ଥିକ ଓ ସ୍ୱାସ୍ଥ୍ୟରେ ଅବନତି ଘଟିବ। ଯଦି ଏହି ପାଇଖାନାର ଚଟାଣପତ୍ତନଅନ୍ୟଗୃହର ଚଟାଣ ପତ୍ତନଠାରୁ ଉଚ୍ଚହୋଇଥାଏତେବେ ଏହା ଅଧିକ କ୍ଷତିକାରକ। ଉତ୍ତର-ପଶ୍ଚିମରେ ଥିବା ପାଇଖାନା, ବାସ୍ତୁଦୃଷ୍ଟିରୁ ଉତ୍ତମ। ଉତ୍ତର-ପୂର୍ବଦିଗର ପାଇଖାନାରେ କାରବାର ବନ୍ଦ କରିଦେବା ଦ୍ୱାରା ସମ୍ପୂର୍ଣ୍ଣ ସୁଫଳ ମିଳିବା ଅସମ୍ଭବ। ଏହି ପାଇଖାନାକୁ ସମ୍ପୂର୍ଣ୍ଣଭାଙ୍ଗିଦେବା ଉଚିତ୍ କିମ୍ବା, ଭୂମିପତ୍ତନରେଏହି ଗୃହକୁ ସ୍ନାନାଗାର ଭାବରେ ବ୍ୟବହାର କରାଯାଇପାରିବ ଓ ଏହାଦ୍ୱାରା ଆଂଶିକ ସୁଫଳ ଲାଭ ହେବ। ବ୍ୟବହାର ହେଉ ଅଥବା ନହେଉ ଉତ୍ତର ପୂର୍ବରେ ପାଇଖାନା ରଖିବା ବାସ୍ତୁ ଅନୁମୋଦିତ ନୁହେଁ। ପଶ୍ଚିମ କିମ୍ବା ଦକ୍ଷିଣ ମୁଖା ଗୃହକୁ ଭଡ଼ା ଦେଲେ କୌଣସି କ୍ଷତିନାହିଁ କିନ୍ତୁ, ଭଡ଼ାଦେବା ସମୟରେ, ସଚେତନ ହେବା ଉଚିତ ଯେ, ଭଡ଼ା ଦେବାପରେ, ନିଜ ରହିବା ଗୃହରସୀମା ଏକ ବର୍ଗାକାର କିମ୍ବା ଆୟତ୍ତାକାର ହେଉଥିବ। ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପଶ୍ଚିମ, ଏହି ଦୁଇ ପ୍ରଧାନ କୋଣଭାଗ ଭଡ଼ା ଦେବା ଅନୁଚିତ। ପଶ୍ଚିମ କିମ୍ବା ଦକ୍ଷିଣରେ ଥିବା ଗୃହସହିତ ଦକ୍ଷିଣ-ପଶ୍ଚିମ କୋଣର ଗୃହକୁ ଭଡାÿଦେଲେ, କୌଣସି କ୍ଷତିନାହିଁ। ଯଦି କେବଳ ଦକ୍ଷିଣ-ପଶ୍ଚିମ କୋଣର ଗୋଟିଏ ଗୃହକୁ ଭଡ଼ା ଦିଆଯାଏ ତେବେ ସେହି ଗୃହରେ ଭଡ଼ା ରହୁଥିବା ବ୍ୟକ୍ତି ଗୃହକର୍ତ୍ତାଙ୍କର ଶତ୍ରୁହୋଇ ଅନେକ କ୍ଷତି ଘଟାଇବ। ଯଦି ଉତ୍ତର-ପୂର୍ବ କୋଣର କେବଳ ଗୋଟିଏ ଗୃହକୁ ଭଡ଼ାଦିଆଯାଏ ତେବେ ଗୃହକର୍ତ୍ତା ଐଶାନ୍ୟ କୋଣରେ ଥିବା ଏହି ଗୃହରୁ ବଞ୍ଚିତ ହେବା ଦ୍ୱାରା ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପୁତ୍ରସନ୍ତାନ ଜନ୍ମର ଗୃହ ସହିତ ସମ୍ପର୍କ ରହିଛି କିନ୍ତୁ ଜାତକରେ ଯଦି ସନ୍ତାନଭାବ ଦୁର୍ବଳ ଥାଏ ତେବେ ସେଥିପାଇଁ ଗୃହ ଦାୟୀ ନୁହେଁ।ଗୃହର ଉତ୍ତର-ପୂର୍ବ ଭାଗରେ ବାସ୍ତୁଦୋଷ ଥିଲେ, ପୁତ୍ର ସନ୍ତାନ ଜନ୍ମରେ ବାଧା ସୃଷ୍ଟି ହେବ ଯଦିବା ବଳବାନ୍ଗ୍ରହ ଯୋଗୁ ପୁତ୍ର ସନ୍ତାନ ଜନ୍ମ ହେବ ସେ ସର୍ବଦା ଅସୁସ୍ଥ ରହିବ। ଯଦିପାଇଖାାନା କିମ୍ବା ଶୟନ ଗୃହ କିମ୍ବା ଭଣ୍ଡାର ଗୃହ, ଉତ୍ତର-ପୂର୍ବ କୋଣରେ ଥିବ, କି ଉତ୍ତର-ପୂର୍ବଭାଗଅନ୍ୟାନ୍ୟ ଭାଗଠାରୁ ଉଚ୍ଚପତ୍ତନରେ ଥିବ କିମ୍ବା ଉତ୍ତର-ପୂର୍ବକୋଣ ଗୋଲାକାର ହୋଇଥିବ କି ଉତ୍ତର-ପୂର୍ବକୋଣ ଖଣ୍ଡିତ ହୋଇଥିବ ତେବେ ପୁତ୍ର ସନ୍ତାନ ଜନ୍ମରେ ବିଘ୍ନ ସୃଷ୍ଟି ହେବ। ଗୃହର ବର୍ହିଭାଗରେଉତ୍ତର-ପୂର୍ବକୋଣରେ ସେପ୍ଟିକ୍ ଟାଙ୍କି, ସିଡିଗୃହ, ବୈଦୁ୍ୟତିକସରଞ୍ଜାମଓ ଭଣ୍ଡାର ଗୃହଥିଲେ, ପୁତ୍ରସନ୍ତାନ ଜନ୍ମ ହୁଅନ୍ତି ନାହିଁ। ଜନ୍ମ ହୋଇଥିଲେ ଅକାଳରେ ମୃତୁ୍ୟ ବରଣ କରିବେ। ଏତଦ୍ଭିନ୍ନଦକ୍ଷିଣ ଦିଗର ପଶ୍ଚିମ ଭାଗରେ ମୁଖ୍ୟ ପ୍ରବେଶ ଦ୍ୱାରର ସ୍ଥିତି ପୁତ୍ର ସନ୍ତାନ ଜନ୍ମରେ ପ୍ରତିବନ୍ଧକ ସୃଷ୍ଟି କରେ। ଗର୍ଭ ଧାରଣରେ ସମସ୍ୟା ଦେଖାଦିଏ ଓ ଗର୍ଭପାତର ମଧ୍ୟ ସମ୍ଭାବନାଥାଏ। ବାସ୍ତୁ ତୃଟି ସଂଶୋଧନ ପରେ, ପୁତ୍ର ସନ୍ତାନ ନିଶ୍ଚୟ ଲାଭ ହେବ।

ଦକ୍ଷିଣ ପଶ୍ଚିମ କୋଣରେ, ଅଦରକାରୀ ଜିନିଷର ଭଣ୍ଡାର ଗୃହ, ଗ୍ୟାରେଜ ଓ ଶିଡ଼ି ନିର୍ମାଣ କରିବା ଆବଶ୍ୟକ। ଉପରୋକ୍ତ ବାସ୍ତୁସୂତ୍ର ପ୍ରତି ସଚେତନ ହେଲେ, ଗୃହକୁ ନଭାଙ୍ଗି, ନିଶ୍ଚିତ ଶାନ୍ତିରେ ବାସ କରିପାରିବେ। ଗୃହ ଦେବତାଙ୍କର ପୂଜା ସ୍ଥାନ ଠିକ୍ ଐଶାନ୍ୟ କୋଣରେ ହେବା ଅତ୍ୟନ୍ତ ଶୁଭ ଏହା ଦ୍ୱାରା ଗୃହରେ ରହିଥିବା ପରିବାର ସଦସ୍ୟଙ୍କର ସୁଖ ଶାନ୍ତି ଏବଂ ବଂଶବୃଦ୍ଧି ହେବ। ଐଶାନ୍ୟ କୋଣରେ ପାଇଖାନା ତିଆରି କଲେ ପରିବାରର ସଦସ୍ୟ ରୋଗଗ୍ରସ୍ଥ ହେବେ ଓ ଦୁଶ୍ଚିନ୍ତାରେ ବୁଡ଼ି ରହିବେ। ଉନ୍ନତିରେ ବାଧା ସୃଷ୍ଟି ହେବ। ଗୃହ ବାହାର ଐଶାନ୍ୟ କ୍ଷେତ୍ରରେ କୂଅ, ନଳକୂପ ଓ ଜଳ ସଂଚୟ ରହିଲେ ସମୃଦ୍ଧି ପ୍ରାପ୍ତ ହେବ। ଦ୍ୱିତୀୟରେ ନୈଋତ କୋଣରେ ରୋଷେଇ ଘର ହୋଇଥାଏ ତାହେଲେ ପରିବାର ସଦସ୍ୟଙ୍କର ମାନସୀକ ଅଶାନ୍ତି ବୃଦ୍ଧି ହେବ। ଏହି ରୋଷେଇ ଘରେ ତିଆରି ହେଉଥିବା ଖାଦ୍ୟ ଖାଇଲେ ଅଗ୍ନୀମାନ୍ଦ୍ୟ, ଅମ୍ଳ (ଗ୍ୟାଷ୍ଟିକ୍) ରକ୍ତଚାପ, ମଧୁମେହ, ଆଣ୍ଠୁ, ଗଣ୍ଠି ଇତ୍ୟାଦିରେ ଯନ୍ତ୍ରଣା ଓ ବାତ ରୋଗର ପୀଡ଼ା ଭୋଗିବାକୁ ପଡ଼ିଥାଏ। ଡାକ୍ତର ହୋଇଥିଲେ ମଧ୍ୟ ଏ ସମସ୍ତ ରୋଗରେ ପୀଡ଼ିତ ହେବା ଦୃଷ୍ଟିରୁ ଔଷଧ ଖର୍ଚ୍ଚ ବୃଦ୍ଧି ପାଇବ। ବାସ୍ତୁ ନିୟମ ଅନୁସାରେ ଯଦି ଗୃହ ତିଆରି କରାଯାଏ ତେବେ ଆଣ୍ଠୁ ଗଣ୍ଠି ଦରଜ, ସାଇଟିକା ପ୍ରଭୃତି ରୋଗର ପୀଡ଼ା ଦୂର ହେବ। ଏହିଭଳି ଗୃହର କୋଠରୀ କାନ୍ଥରେ ଝରଣା କିମ୍ବା ପାହାଡ଼ ଥିବା ଫଟୋ ଲଗେଇବା ଉଚିତ୍। ସକାଳର ସୂର୍ଯ୍ୟ କିରଣ ପୂର୍ବ ଦିଗରେ ଗୃହର କୋଠରୀରେ ପଡ଼ିଲେ ସ୍ୱାସ୍ଥ୍ୟ ପାଇଁ ବିଶେଷ ଅନୁକୂଳ ହେବ। ଗୃହରେ ବାସ୍ତୁ ଦୋଷ ଥିଲେ ହୃଦୟ ରୋଗ, ଅଶାନ୍ତି, କ୍ରୋଧ ବୃଦ୍ଧି ହୋଇଥାଏ ଏବଂ ସ୍ନେହ ସହାନୁଭୂତି ନଷ୍ଟ ହୋଇଥାଏ, ବାସ୍ତୁ ଅନୁକୂଳ ଥିଲେ ଦୈନିକ ଦିନଚର୍ଯ୍ୟା ଏବଂ ସ୍ନେହ ସହାନୁଭୂତି ବହୁଳ ଭାବରେ ମିଳିଥାଏ।

ଦକ୍ଷିଣ ଓ ପଶ୍ଚିମ ଦିଗକୁ ଜଳ ପ୍ରବାହ ଫଳରେ ପରିବାରର ସମସ୍ତ ସଦସ୍ୟ ରୋଗ ଯନ୍ତ୍ରଣାରେ ଯର୍ଜରିତ ହେବା ସହ ଆର୍ଥିକ ଅନାଟନର ଶୀକାର ହେବେ। ଶତ୍ରୁ ପୀଡ଼ା, ଋଣ ବୃଦ୍ଧି ଫଳରେ ମାନସିକ ଅସ୍ଥିରତା ମଧ୍ୟ ଦେଖାଦେବ ତେଣୁ ପ୍ରତିକାର ସ୍ୱରୂପ, ଉତ୍ତର-ପୂର୍ବ କୋଣର ଉତ୍ତର ଭାଗରେ, ଭୂତଳ ଜଳଭଣ୍ଡାର କିମ୍ବା ନଳକୂପ ଖନନ କରିବା ଉଚିତ। ଏପରି ବ୍ୟବସ୍ଥାରେ, ତୃଟି ପୂର୍ଣ୍ଣ ଜଳପ୍ରବାହର କୁପ୍ରଭାବ ଅନେକାଂଶରେ ହ୍ରାସ ପାଇଥାଏ। ପଶ୍ଚିମ ଦିଗରେ କୌଣସି ଦରଜା କିମ୍ବା ଝରକା ରଖିବା ଅନୁଚିତ। ଦକ୍ଷିଣ ଦିଗର କାନ୍ଥରେ ବାହାର ପଟେ ବାମବର୍ତ୍ତୀ ଗଣେଶଙ୍କ ପଥର ମର୍ତ୍ତି କିମ୍ବା ଗୋଲ୍ ଫ୍ରେମରେ ବନ୍ଧା ଯାଇଥିବା ଫଟୋ ଦକ୍ଷିଣ ମୁଖକରି ଟାଙ୍ଗନ୍ତୁ। ଶୟନ ଗୃହ, ବିଶ୍ରାମର ସ୍ଥାନ। ଯଦି, ଏହି ଗୃହର ଛାତ ଢ଼ାଲୁ ହୁଏ, ତେବେ କୌଣସି ପ୍ରକାର କ୍ଷତି ହେବନାହିଁ। କାରଣ ପୂର୍ବରୁ ହଜାର ହଜାର ବର୍ଷ ଧରି ·ଳଘର, ଆଜ୍ବେଷ୍ଟଘର, ଟାଇଲି ଘର ଇତ୍ୟାଦି ଦୁଇପାଖକୁ ଗଡ଼ାଣିଆ ହୋଇ ଚୂଳିଆ ପଦ୍ଧତିରେ ନିର୍ମାଣ କରାଯାଉଥିଲା ଯାହାଫଳରେ ସୁ-ନିଦ୍ରା ପ୍ରାପ୍ତି ହେଉଥିଲା ଏବଂ ବର୍ତ୍ତମାନ ମଧ୍ୟ ସେହିଭଳି ଗୃହ ଅନେକ ଅଛି। ଯେଉଁଠାରୁ ଅନେକ ଗୁଣି ଜ୍ଞାନୀ ଜନ୍ମ ହେଇ ଦେଶ ମାଟିର ସେବା କରି ·ଲିଛନ୍ତି। ଛାତ ଯଦି ସେହି ପଦ୍ଧତିରେ କରାଯାଏ ତାହେଲେ କୌଣସି ଦୋଶାବହ ହେବନାହିଁ। ବାସ୍ତୁ ଶାସ୍ତ୍ରରେ ଜ୍ଞାନ ନଥିବା ବ୍ୟକ୍ତିମାନେ ନିଜକୁ ବାସ୍ତୁଶାସ୍ତ୍ରୀ କହି ସାଧାରଣ ଧାର୍ମିକ ଜନତାଙ୍କୁ ଭୁଲ୍ ବାଟରେ ପରି·ଳନା କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖର ବିଷୟ। ତେଣୁ ଶୟନ ଗୃହରେ ଗଡ଼ାଣିଆ ଛାତ ରହିବା ଉଚିତ୍।

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

error: Content is protected !!