Vastu Roga

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରୋଗ ଓ ତାର ପ୍ରତିକାର:


ଆଣ୍ଠୁ ଗଣ୍ଠି ଦରଜ, ସାଇଟିକା ଓ ଅନ୍ୟାନ୍ୟ ରୋଗରୁ ଉପଶମ ପାଇବା ପାଇଁ ନିମ୍ନୋକ୍ତ ବାସ୍ତୁ ନିୟମ ପାଳନ କରନ୍ତୁ। ଗୃହର ପଶ୍ଚିମ ଓ ଦକ୍ଷିଣ ଦିଗକୁ ଉଚ୍ଚା କରିବା ଆବଶ୍ୟକ। ସକାଳର ସୂର୍ଯ୍ୟ କିରଣ ପୂର୍ବ ଦିଗରୁ ଗୃହ ଭିତରକୁ ଆସୁଥିଲେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସହାୟକ ହୋଇଥାଏ। ପୂର୍ବ ଦିଗର କାନ୍ଥରେ ବାମ ବର୍ତ୍ତୀଗଣେଶଙ୍କର ବଡ଼ ଫଟୋ ଲଗାନ୍ତୁ। ଗୋଟିଏ କଳା କୁକୁର ପାଳନ କରିବେ ଓ ତାହାର ଶୋଇବା ଖାଇବା ସ୍ଥାନ ଉତ୍ତର-ପଶ୍ଚିମ ଦିଗରେ ରଖିବେ। ମଧୁମେହ ରୋଗ ପାଇଁ ବାସ୍ତୁର ନିୟମ ପାଳନ କଲେ ନିଶ୍ଚିତ ଲାଭ ମିଳିବ। ଗୃହର ମଝି ଯାଗାରେ କୌଣସି ଲୁହା ଜିନିଷ, ପାଣି କିମ୍ବା ଅବ୍ୟବହୃତ ଜିନିଷ ରଖିବା ଅନୁଚିତ। ଗୃହର ଉତ୍ତର-ପୂର୍ବ ଦିଗରେ ନୀଳ ରଙ୍ଗର ଫୁଲ ଗଛ ଲଗାଇବେ। ଗୃହରେ ବ୍ୟବହୃତ ହେଉଥିବା ପାଣି ଓ ଛାତରୁ ବର୍ଷା ପାଣି ଗୃହର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଛାଡ଼ିବା ଅନୁଚିତ। ଯଦି ଏହିଭଳି ଗୃହହୋଇ ଥାଏ, ତେବେ ଗୃହକର୍ତ୍ତା ଚଉଦମୁଖି, ନଅ ମୁଖି ଏବଂ ପାଞ୍ଚ ମୁଖି ରୁଦ୍ରାକ୍ଷ୍ୟ ଧାରଣ କରିବା ଆବଶ୍ୟକ। ବାସ୍ତୁ ଦୋଷରେ ପ୍ରଭାବିତ ହୋଇ ଯଦି ଗୃହର କୌଣସି ସଦସ୍ୟ ନିଶାର ବଶବର୍ତ୍ତୀ ହୁଅନ୍ତି ତେବେ ସକାଳ ଜଳଖିଆ ଖାଇବା ପରେ ଗୁଡ଼ ଖାଇବା ନିଷେଧ।ବର୍ଷକୁ ଥରେ କୌଣସି ଧର୍ମ ସ୍ଥାନରେ କଳା କମ୍ବଳ ଦାନ କରିବା ଆବଶ୍ୟକ। ନିଜ ଆଙ୍ଗୁଠିରେ ଛଅ ରତିରୁ ସାତରତି ମଧ୍ୟରେ ଲହସୁନିଆ ରତ୍ନକୁ ରୂପାରେ ମୁଦି କରି ମଧ୍ୟମା ଆଙ୍ଗୁଳିରେ ଧାରଣ କଲେ ନିଶ୍ଚୟ ଶୁଭଫଳ ପାଇିବେ। ନିଜ ଶୟନ କକ୍ଷରେ ବାମ ବର୍ତ୍ତୀ ଗଣେଶ ଫଟୋ ରଖିଲେ ଚାରି ସପ୍ତାହରୁ ଆଠ ସପ୍ତାହ ମଧ୍ୟରେ ନିଶାଦ୍ରବ୍ୟ ଛାଡ଼ିବାରେ ସହାୟକ ହେବ। ଶରୀରର ପ୍ରତ୍ୟେକ ଇନ୍ଦ୍ରିୟର ସନ୍ତୁଳନ ପାଇଁ ସକାଳ ସମୟରେ ଶୁଦ୍ଧ ପବନରେ ଭ୍ରମଣ କରିବା ଆବଶ୍ୟକ। ଶ୍ୱାସ ସମ୍ବନ୍ଧିୟ ରୋଗରୁ ମୁକ୍ତି ପାଇବା ପାଇଁ ନିଜ ଶୋଇବା କୋଠରୀକୁ ହାଲୁକା ହଳଦୀଆ କିମ୍ବା ଧଳା ରଙ୍ଗ କରିବା ଉଚିତ। ଶୋଇବା ଘରର ପଶ୍ଚିମ କାନ୍ଥରେ ପ୍ରାଣ ପ୍ରତିଷ୍ଠିତ ସମ୍ପୂର୍ଣ୍ଣ ବାସ୍ତୁ ଯନ୍ତ୍ର ସ୍ଥାପନ କରି ପ୍ରତ୍ୟେକ ଦିନ ମାଟି ଦୀପରେ ଲୁହାକଣ୍ଟାଟିଏ ପକାଇ ପଚାଶଗ୍ରାମ୍ ଶୋରିଷତେଲ ଦେଇ ଦୀପ ଜାଳିବେ ଓ ବାସ୍ତୁ କ୍ୟାସେଟ୍ ବଜାଇଲେ ଗୃହର ସମସ୍ତ ଦୋଷ ଖଣ୍ଡନ ହେବ। ଏହା ପରିକ୍ଷିତ।

ଯଦି ଚାରି କାନ୍ଥର ଦକ୍ଷିଣ-ପୂର୍ବ କୋଣକୁ ଗୋଲାକାର କରାଯାଏ, ତେବେ ବ୍ୟକ୍ତି ମାଲି ମକଦ୍ଦମାରେ ଫସି ଯାଆନ୍ତି। ଯଦି ଉତ୍ତର-ପୂର୍ବ କୋଣକୁ ଗୋଲାକାର କରାଯାଏ, ତେବେ ଏହା ସୌଭାଗ୍ୟ ନଷ୍ଟ କରିଥାଏ ଶତୃତା ବୃଦ୍ଧି ହୁଏ ଓ ଚୋରି ହେବାର ସମ୍ଭାବନା ଥାଏ। ଦକ୍ଷିଣ-ପଶ୍ଚିମ କୋଣକୁ ଗୋଲାକାର କଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଯାହା କି ମୃତୁ୍ୟ ହେବାର ସମ୍ଭାବନା ଦେଖାଦିଏ। ଗୃହର ଛାତ ଉପରେ ଗୋଲ୍ ପାଣିଟାଙ୍କି କିମ୍ବା କୁଣ୍ଡ ରଖିବେ ନାହିଁ। ନିଜର ଶୟନ କୋଠରୀକୁ ସଫା ସୁତୁରା ରଖିବେ। କୋଠରୀର ପଶ୍ଚିମ କାନ୍ଥରେ ଏପରି ଜିନିଷ ରଖିବେ ଯାହାକି ପିଲାମାନଙ୍କ ସହିତ ସଂଶ୍ଳୀଷ୍ଟ ଥିବା ଯଥା: ପିଲାଙ୍କର ଖେଳନା, ଛବି ଇତ୍ୟାଦି। ନିଜ ପିଲାଙ୍କ ସହିତ ଅଧିକ ସମୟ ବିେତେଇବେ। ନିଜେ ବସୁଥିବା କୋଠରୀରେ ପଶ୍ଚିମ କାନ୍ଥରେ ପେଣ୍ଡୁ ଲମ୍ବା ଧଳା କିମ୍ବା ସୁନେଲି ରଙ୍ଗର ଘଡ଼ି କାନ୍ଥରେ ରଖିବେ। ଗୃହରେ ଥିବା ଜେନେରେଟର୍ ଦକ୍ଷିଣ-ପୂର୍ବ ଦିଗରେ ରଖିବେ। ବାସ୍ତୁ ନିୟମ ଉଲ୍ଲଙ୍ଘନ ହେଲେ କ୍ୟାନ୍ସର ଏବଂ ଅନ୍ୟାନ୍ୟ ଦୁଃସାଧ୍ୟ ରୋଗ ହୋଇଥାଏ। ଗୃହର ଦକ୍ଷିଣ-ପଶ୍ଚିମ ଦିଗରେ କୌଣସି ଜେଟ୍ ପମ୍ପ, କିମ୍ବା ଜେନେରେଟର୍ ରଖିବେ ନାହିଁ। ଜେଟ୍ ପମ୍ପକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖି ପାରିବେ। ଦକ୍ଷିଣ, ପଶ୍ଚିମ, ଓ ନୈଋତ କୋଣ ଅନ୍ୟ ଦିଗଠାରୁ ଗୃହ ଏବଂ କୋଠରୀ ଉଚ୍ଚତା ଅଧିକ ହେବା ଉଚିତ୍। ବାସ୍ତୁଶାସ୍ତ୍ର ଓ ଜୀବ ବିଜ୍ଞାନର ସମ୍ପର୍କ ନିବିଡ଼। ଚୁମ୍ବକୀୟ ଶକ୍ତି ଓ ସୌର ଶକ୍ତିର ପ୍ରଭାବ ମନୁଷ୍ୟ ଉପରେ ପଡ଼ି, ମାନସିକ ଅସ୍ଥିରତା ଓ ବିଶୃଙ୍ଖଳା ସୃଷ୍ଟି କରିଥାଏ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଗୃହର ଉତ୍ତର-ପୂର୍ବକୋଣ ଅତ୍ୟନ୍ତ ପ୍ରଭାବଶାଳୀ। ଏହି କୋଣରେ ଯଦିମଇଳା, ଆବର୍ଜ୍ଜନା, ପାଇଖାନା, ସେଫ୍ଟିକ୍ଟାଙ୍କି ରହିଥାଏ, ତେବେ ପୁରୁଷ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ହାନୀ ହେବ। ଗୃହର ଅଥବା ଗୃହର ବାର୍ହିଭାଗରେ ଦକ୍ଷିଣ-ପୂର୍ବ କୋଣରେ ଯଦି ମଇଳା ସେଫ୍ଟିକ୍ ଟାଙ୍କି ପାଇଖାନା, ନଳକୂପ କିମ୍ବା ଜଳଭଣ୍ଡାର ଥାଏ, ଏହା ମହୀଳା ଓ ଶିଶୁକନ୍ୟା ମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ। ଐଶାନ୍ୟକୋଣରେ ନିର୍ମାଣ ତୃଟି ରହିଥିଲେ ଗୃହ କର୍ତ୍ତାଙ୍କର ଚେଷ୍ଟକ୍ୟାନସର, ମସ୍ତିଷ୍କ କ୍ୟାନସର, ଚକ୍ଷୁ, ନାଶାରୋଗ, ଗଳାରୋଗ ଓ ହୃଦ୍ରୋଗ ଆଦି ଦେଖାଦେବ।

ଯଦି ଗୃହର ଅଗ୍ନିକୋଣରେ ନିର୍ମାଣ ତୃଟି ଥାଏ ତେବେ, ଗୃହ କର୍ତ୍ତାଙ୍କର ଦକ୍ଷିଣବାହୁ ଓ କାନ୍ଧରେ ଯନ୍ତ୍ରଣା ରିଉମାଟିଜିମ୍ ଦକ୍ଷିଣହସ୍ତରେ ଯନ୍ତ୍ରଣା ହେବ। ଯଦି ଉତ୍ତର ଦିଗରେ ନିର୍ମାଣ ତୃଟି ଥାଏ ତେବେ, ଗୃହ କର୍ତ୍ତାଙ୍କର ବାମ ହସ୍ତ କାନ୍ଧରେ ଯନ୍ତ୍ରଣା, ରିଉମାଟିଜିମ୍ ଏବଂ ବାମ ହସ୍ତରେ ଯନ୍ତ୍ରଣା ଅନୁଭବ କରନ୍ତି୍। ଯଦି ଗୃହର ଦକ୍ଷିଣ ଦିଗର ନିର୍ମାଣ ତୃଟିଥାଏ ଅଣ୍ଟାରେ ଯନ୍ତ୍ରଣା, ପକ୍ଷାଘାତ ବାମଗୋଡ଼ ଭାଙ୍ଗିଯିବାର ସମ୍ଭାବନା ଥାଏ। ଯଦି ଗୃହର ପଶ୍ଚିମ ଦିଗରେ ବାସ୍ତୁ ଦୋଷ ଯୁକ୍ତ ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ, ମୂତ୍ରାଶୟ ରୋଗ, ଜରାୟୁ କ୍ୟାନସର, ବହୁମୂତ୍ର, ପେଟରୋଗ ଇତ୍ୟାଦି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ। ଉପରୋକ୍ତ ବିଭିନ୍ନ ରୋଗ, କ୍ଷେତ୍ରରେ ବାସ୍ତୁ ପୁରୁଷଙ୍କ ଶରୀରର ସ୍ଥିତିର ପରିବର୍ତ୍ତନରୁ ନିର୍ଣ୍ଣୟ କରାଯାଇଅଛି। ତୃଟିପୂର୍ଣ୍ଣ ଗୃହ ନିର୍ମାଣ ଯୋଗୁଁ ଜୈବ ରସାୟନିକ ପ୍ରତିକ୍ରିୟା ବାଧାପ୍ରାପ୍ତ ହେବ ଓ ମନୁଷ୍ୟର ସାଧାରଣ ସ୍ୱାସ୍ଥ୍ୟରେ ଅସୁସ୍ଥତା ଦେଖାଯାଇଥାଏ।

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

error: Content is protected !!